fbpx

ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ ହେଲେ ୧୧ ପ୍ରାର୍ଥୀ: ଜାଣନ୍ତୁ କେଉଁଠି

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଗମ୍ଭାରୀ ପଞ୍ଚାୟତର ସମସ୍ତ ପ୍ରାର୍ଥୀ ଅପ୍ରତିନ୍ଦ୍ୱନ୍ଦୀ ଭାବେ ବିଜୟୀ ହୋଇଛନ୍ତି । ସରପଞ୍ଚ, ସମିତି ସଭ୍ୟ, ୧୧ ୱାର୍ଡ ମେମ୍ବର ଅପ୍ରତିନ୍ଦ୍ୱନ୍ଦୀ ଭାବେ ହୋଇଛନ୍ତି ବିଜୟୀ । ପ୍ରାର୍ଥୀମାନଙ୍କ ମଧ୍ୟରେ କୌଣସି ପ୍ରତିଦ୍ୱନ୍ଦୀ ନଥିବାରୁ ବିଜୟୀ ହୋଇଛନ୍ତି ଗମ୍ଭାରୀ ପଞ୍ଚାୟତର ପ୍ରାର୍ଥୀ । ଏନେଇ ସୂଚନା ଦେଇଛନ୍ତି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ  ।

ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଏନେଇ ପୂର୍ବରୁ ଘୋଷଣା କରିଥିବା ବେଳେ ସରପଞ୍ଚ, ସମିତି ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟରେ ଆସନ୍ତା ଫେବୃଆରୀ ୧୬ ତାରିଖରୁ ମୋଟ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଜାନୁଆରୀ ୨୧ରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଶେଷ ହୋଇଥିଲା । ତେବେ ଆସନ୍ତା ୨୫ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ରହିଛି ଏହା ସହ ଚୂଡ଼ାନ୍ତ ତାଲିକା ମଧ୍ୟ ପ୍ରକାଶ ପାଇବ ।

 

Get real time updates directly on you device, subscribe now.