fbpx

JDUର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ସଞ୍ଜୟ ଝା

Advertisement

ନୂଆଦିଲ୍ଲୀ: ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉପସ୍ଥିତ ରହିଥିଲେ । ଉକ୍ତ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା । ଆଗକୁ ଆସୁଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା ପାଇଁ ଜେଡିୟୁ ରଣନୀତି ପ୍ରସ୍ତୁତ କରୁଛି । ତେବେ ବୈଠକରେ ସଞ୍ଜୟ ଝା’ଙ୍କୁ ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଏନେଇ ନିଜେ ନୀତିଶ କୁମାର ଘୋଷଣା କରିଥିଲେ ।

ବିଜେପି ଓ ଜେଡିୟୁ ମଧ୍ୟରେ ମୈତ୍ରୀପୂର୍ଣ୍ଣ ସମ୍ବନ୍ଧ କାଏମ୍ ରଖିବାରେ ସଞ୍ଜୟ ଉପଯୁକ୍ତ ବ୍ୟକ୍ତି ବୋଲି ନୀତିଶଙ୍କ ନିକଟତମ ବ୍ୟକ୍ତି ଅଶୋକ ଚୌଧୁରୀ କହିଥିଲେ । ସଞ୍ଜୟ ଦଳର ଅନେକ କାର୍ଯ୍ୟ ସହିତ ଅନ୍ୟ ରାଜ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବେ । ସଞ୍ଜୟ ଏବେ ରାଜ୍ୟସଭା ସାଂସଦ ରହିଥିବା ବେଳେ ଦଳ ତାଙ୍କୁ ଏବେ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରିଛି । ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ନୀତିଶଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଲଲନ ସିଂହ, ରାମନାଥ ଠାକୁର ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.