fbpx

T-20 WC; ସଞ୍ଜୁ ସାମସନ ନା ଶିବମ ଦୁବେ? IND vs PAK ମ୍ୟାଚରେ କାହାକୁ ମିଳିବ ସୁଯୋଗ (Video)

Advertisement

ନୂଆଦିଲ୍ଲୀ: ଆଉ କେଇଟା ମୁହୂର୍ତ୍ତରେ ଆରମ୍ଭ ହେବ ଟି-୨୦ ବିଶ୍ୱକପର ସର୍ବବୃହତ୍ ମ୍ୟାଚ ଭାରତ ବନାମ ପାକିସ୍ତାନ । ଟୁର୍ଣ୍ଣାମେଣ୍ଟର ଏହି ମ୍ୟାଚକୁ ସାରା ବିଶ୍ୱର କ୍ରିକେଟପ୍ରେମୀ ଅପେକ୍ଷା କରି ରହିଥିଲେ । ତେବେ ଆଉ କେଇଟା ମୁହୂର୍ତ୍ତରେ ବଡ଼ ଇଭେଣ୍ଟରେ ଆରମ୍ଭ ହେବ ଏହି ବିଗ୍ ଫାଇଟ । ଭାରତ-ପାକିସ୍ତାନ ମ୍ୟାଚ ପାଇଁ ମଇଦାନ ପ୍ରସ୍ତୁତ, ଫ୍ୟାନ୍ସ ବି ପ୍ରସ୍ତୁତ… ଏହାସହିତ ପ୍ରସ୍ତୁତ ହୋଇ ସାରିଛନ୍ତି ଉଭୟ ଦଳର ଖେଳାଳି । କିନ୍ତୁ ଏବେ ବି ଟିମ ଇଣ୍ଡିଆର ପ୍ଲେଇଙ୍ଗ-୧୧କୁ ନେଇ ଚାଲିଛି ଚର୍ଚ୍ଚା । ଦଳରେ କେଉଁ ଖେଳାଳିଙ୍କୁ ସୁଯୋଗ ଦେବେ ଅଧିନାୟକ ରୋହିତ? ତେବେ ଅଧିକାଂଶ ଖେଳାଳିଙ୍କ ସ୍ଥାନ ପକ୍କା ରହିଥିବା ବେଳେ ସଞ୍ଜୁ ସାମସସନ ଏବଂ ଶିବମ ଦୁବେଙ୍କୁ ନେଇ ଆଲୋଚନା ଜୋର ଧରିଛି ।

ଟିମ ଇଣ୍ଡିଆ ଏହି ମ୍ୟାଚରେ ପାକିସ୍ତାନର ଅଧିନାୟକ ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କ ଦୁର୍ବଳତାର ଫାଇଦା ଉଠାଇବାକୁ ଚେଷ୍ଟା କରିବ । ତେଣୁ ପାକିସ୍ତାନ ବିପକ୍ଷ ଏହି ମ୍ୟାଚରେ ପ୍ଲେଇଙ୍ଗ-୧ରେ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛନ୍ତି କ୍ରିକେଟ ଏକ୍ସପର୍ଟ । ଶିବମ୍ ଦୁବେ ବଡ଼ ଶଟ୍ ପାଇଁ ବେଶ୍ ପରିଚିତ । କିନ୍ତୁ ଏହି ପିଚ୍ ବ୍ୟାଟିଂ ପାଇଁ ବିଶେଷ ଉପଯୋଗୀ ନୁହେଁ ବୋଲି ଏକ୍ସପର୍ଟ କହିଛନ୍ତି । ଏଥିରେ ବଡ଼ ଶଟ୍ ଖେଳିବା କଷ୍ଟକର । ତେଣୁ ଟିମ ଇଣ୍ଡିଆରେ ଶବମ୍ ଦୁବେଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରିବା ଉଚିତ ବୋଲି କୁହାଯାଇଛି । ସଞ୍ଜୁ ଏହି ପିଚରେ ସିଙ୍ଗଲ-ଡବଲ ସ୍କୋର କରି ପାକିସ୍ତାନକୁ ବଡ଼ ସ୍କୋର ଦେବାରେ ବଡ଼ ଭୂମିକା ତୁଲାଇପାରନ୍ତି ।

ପ୍ରଥମ ମ୍ୟାଚରେ ଆୟରଲାଣ୍ଡ ବିପକ୍ଷରେ ଏକ ଦମଦାର ବିଜୟ ହାସଲ କରିଛି ରୋହିତ ସେନା । ତେବେ ଏହି ମ୍ୟାଚରେ ଷ୍ଟାର ଅଲରାଉଣ୍ଡର ଶିବମ ଦୁବେ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ତାଙ୍କୁ ବୋଲିଂ କରିବାର ସୁଯୋଗ ମିଳିନଥିଲା । ବୁମରାହ, ହାର୍ଦ୍ଦିକ, ଅର୍ଶଦୀପ, ସିରାଜ ଫାଷ୍ଟ ବୋଲିଂ ଦାୟିତ୍ୱ ନେଇଥିବା ବେଳେ ଜାଡେଜା, ଏବଂ ଅକ୍ସର ପଟେଲ ସ୍ପିନ ବିଭାଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେଣୁ ଶିବମ ଦୁବେଙ୍କୁ ବୋଲିଂର ଆବଶ୍ୟକତା ପଡ଼ି ନଥିଲା । ତେବେ ପାକିସ୍ତାନ ବିପକ୍ଷରେ ରୋହିତ କେଉଁ ପ୍ରକାର ପରିବର୍ତ୍ତନ କରିବେ, ତାହାକୁ ଅପେକ୍ଷା କରି ରହିଛନ୍ତି କ୍ରିକେଟପ୍ରେମୀ ।

Get real time updates directly on you device, subscribe now.