ଷ୍ଟ୍ରିଟ୍ ଲାଇଟ୍ ପାଇଁ ଆସିଥିବା ଟଙ୍କା ଖାଇଦେଲେ ସରପଞ୍ଚ, ଦୋଷ ପ୍ରମାଣିତ ହେବା ପରେ କାର୍ଯ୍ୟରୁ ନିଲମ୍ବିତ

ଉଦଳା: ସରକାରୀ ଟଙ୍କା ହେରଫେର ଅଭିଯୋଗରେ ରାଢ଼ୋ ସରପଞ୍ଚଙ୍କୁ ନିଲମ୍ବନ କରାଯାଇଛି ।

ଉଦଳା ବ୍ଲକ ଅର୍ନ୍ତଗତ ରାଢ଼ୋ ପଞ୍ଚାୟତର ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଛି । ସରପଞ୍ଚ ବସେନ ମାରାଣ୍ଡିଙ୍କୁ ନିଲମ୍ବନ କଲା ପଞ୍ଚାୟତିରାଜ ବିଭାଗ ।

ଷ୍ଟ୍ରେଟ ଲାଇନ୍ ଲଗାଇବାରେ ଦୁର୍ନୀତି ନେଇ ସରପଞ୍ଚଙ୍କ ଉପରେ ଏ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି ।

ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ବିଭାଗ ପକ୍ଷରୁ ଏ ପ୍ରକାର ପଦକ୍ଷେପ ନିଆଯାଇଛି ।