fbpx
BJD SKY
BJD SKY

ନୂଆ ବର୍ଷରେ ନିର୍ମାଣ କରନ୍ତୁ ନିଜ ସ୍ୱପ୍ନର ଘର: ସିମେଣ୍ଟ ଓ ଲୁହାରଡର କମିଲା ମୂଲ୍ୟ, ଜାଣନ୍ତୁ କେତେ ?

BJD

ନୂଆଦିଲ୍ଲୀ: ନୂଆ ବର୍ଷ ୨୦୨୩ ରେ ଘର ନିର୍ମାଣ କରିବାକୁ ମିଳୁଛି ଏକ ସୁବର୍ଣ୍ଣ ସୁଯୋଗ, କାରଣ ସିମେଣ୍ଟ ଓ ଲୁହା ରଡ ମୂଲ୍ୟ ଯଥେଷ୍ଟ କମିଯାଇଛି । ପ୍ରତ୍ୟେକ ବ୍ୟକ୍ତି ନିଜର ଘର କରିବାକୁୁ ନେଇ ସ୍ୱପ୍ନ ଦେଖିଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜର ଘର ପାଇବାକୁ ଇଚ୍ଛା କରନ୍ତି, ଯେଉଁଥିରେ ସେ ବିଳାସପୂର୍ଣ୍ଣ ଏବଂ ଆରାମରେ ରହିପାରିବେ । ଏହି ସବୁ କେବଳ ଟଙ୍କା ଶକ୍ତିରେ କିଣାଯାଇଥାଏ । ଏହି ଆଶାରେ ମଣିଷ ଦିନରାତି ଏକଜୁଟ ହୋଇ କଠିନ ପରିଶ୍ରମ କରୁଛି ।

ଏହାରି ମଧ୍ୟରେ ଘରେ ବ୍ୟବହୃତ ସାମଗ୍ରୀରେ ଉତଥାନ-ପତନ ଦେଖିବାକୁ ମିଳିଛି । କିନ୍ତୁ କିଛି ସମୟ ଧରି ସିମେଣ୍ଟ ମୂଲ୍ୟରେ ଏକ ସାମାନ୍ୟ ପରିସ୍ଥିତି ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ଯେଉଁମାନେ ଏହି ସମୟରେ ଘର ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି, ସେମାନଙ୍କ ପାଇଁ ଏହା ଏକ ଉତ୍ତମ ଏବଂ ସୁନ୍ଦର ସୁଯୋଗ ଅଟେ ।

ଲୁହାରଡ ଓ ସିମେଣ୍ଟ ମୂଲ୍ୟରେ ବଡ ହ୍ରାସ :-
ସୂଚନା ଅନୁଯାୟୀ, ଏବେ ଲୁହାରଡ ଏବଂ ସିମେଣ୍ଟର ମୂଲ୍ୟ ଅତି ନିମ୍ନ ସ୍ତରରେ ଚାଲିଛି । ଏପରି ପରିସ୍ଥିତିରେ, ଯେଉଁମାନେ ଘର ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଖୁସି ଖବର । ଲୁହାରଡର ମୂଲ୍ୟ ବିଷୟରେ କହିବାକୁ ଗଲେ ତାହା ଟନ୍ ପିଛା ପ୍ରାୟ ୫୫,୦୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ସିମେଣ୍ଟ ବୋରି ପିଛା ୪୦୦ ଟଙ୍କାକୁ ଖସି ଆସିଛି ।

Get real time updates directly on you device, subscribe now.