fbpx

ଭାଷଣକୁ ନେଇ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସହ ବିବାଦ, ବିଧାନସଭା ଛାଡ଼ି ପଳାଇଲେ ରାଜ୍ୟପାଳ

ଚେନ୍ନାଇ: ତାମିଲନାଡୁରେ ସୋମବାର ବିଧାନସଭା ଅଧିବେସନ ଆରମ୍ଭ ସହିତ ଗୃହରେ ଅନେକ ଡ୍ରାମା ଦେଖିବାକୁ ମିଳିଛି । ଶାସକ ଡିଏମକେ ସହଯୋଗୀ ଦଳର ବିଧାୟକମାନଙ୍କ ସ୍ଲୋଗାନ ମଧ୍ୟରେ ରାଜ୍ୟପାଳ ଆର.ରବି ଗୃହକୁ ସମ୍ବୋଧନ କରିଥିଲେ । ତେବେ ବିଧାନସଭା ଅଧିବେଶନରେ ଏମ.କେ ଷ୍ଟାଲିନଙ୍କ ସହ ତାଙ୍କ ଭାଷଣକୁ ନେଇ ବିବାଦ ମଧ୍ୟରେ ତାମିଲନାଡୁର ରାଜ୍ୟପାଳ ଗୃହରୁ ବାହାରକୁ ଚାଲିଯାଇଥିଲେ ।

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରାଜ୍ୟପାଳ ଆର.ଏନ୍ ରବିଙ୍କ ଭାଷଣରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣକୁ ରେକର୍ଡ କରିବାକୁ ଏବଂ ରାଜ୍ୟପାଳଙ୍କ ଦ୍ୱାରା ଯୋଗ କରାଯାଇଥିବା ଅଂଶଗୁଡ଼ିକୁ ବିଲୋପ କରିବାକୁ କହିଥିଲେ । ଯାହାପରେ ବିବାଦ ଆରମ୍ଭ ହୋଇଥିଲା ।

ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ରାଜ୍ୟପାଳଙ୍କ ମୂଳ ଭାଷଣକୁ ରେକର୍ଡ କରିବା ପାଇଁ ବିଧାନସଭା ଏକ ସଂକଳ୍ପ ପାରିତ କରିଛି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣର କିଛି ଅଂଶକୁ ରାଜ୍ୟପାଳ ବାଦ ଦେବା ପରେ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ପାରିତ କରିଥିଲେ, ଯେଉଁଥିରେ ଧର୍ମନିରପେକ୍ଷତା ଏବଂ ପେରିୟାର୍‌, ବି.ଆର. ଆମ୍ବେଦକ. କେ. କାମରାଜ ଏବଂ ତାମିଲନାଡୁର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ଅନ୍ନାଦୂରାଇ କଋଣାନିଧିଙ୍କ ଭଳି ନେତା ସାମିଲ ଥିଲେ । ତେବେ ରାଜ୍ୟପାଳଙ୍କ ଏହି ପଦକ୍ଷେପରେ ପରେ “ସମ୍ବିଧାନ ବିରୁଦ୍ଧ ଥିଲା ବୋଲି ଏମ.କେ ଷ୍ଟାଲିନ କହିଛନ୍ତି ।

Get real time updates directly on you device, subscribe now.