ଏଣିକି ସିଧାସଳଖ ସାଟେଲାଇଟରେ ଆପଣଙ୍କ ଫୋନକୁ ଯିବ ଇଣ୍ଟନେଟ୍, ଭାରତରେ ଖୁବଶୀଘ୍ର ଆରମ୍ଭ ହେବ ଷ୍ଟରଲିଙ୍କ ସେବା
ଷ୍ଟାରଲିଙ୍କ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କର ଟେଲିକମ କମ୍ପାନୀ। ଷ୍ଟାରଲିଙ୍କ ସାଟେଲାଇଟ ମାଧ୍ୟମରେ ଇଣ୍ଟରନେଟ ସୁବିଧା ପ୍ରଦାନ କରିଥାଏ।
ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତରେ ଷ୍ଟାରଲିଙ୍କ ଇଣ୍ଟରନେଟ ସୁବିଧା ମିଳିବାକୁ ଯାଉଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟେତିରାଦିତ୍ୟ ସିନ୍ଧିଆ ଏହି କଥା କହିଛନ୍ତି। ଷ୍ଟାରଲିଙ୍କ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଟେଲିକମ କମ୍ପାନୀ। ଷ୍ଟାରଲିଙ୍କ ମାଧ୍ୟମରେ ଇଣ୍ଟରନେଟ ସୁବିଧା ପ୍ରଦାନ କରିଥାଏ। ସିନ୍ଧିଆ କହିଛନ୍ତି ଯେ, ଷ୍ଟାରଲିଙ୍କ ଖୁବଶୀଘ୍ର ଭାରତରେ ନିଜର ପରିଚାଳନା ଆରମ୍ଭ କରିବ।
ସିନ୍ଧିଆ କହିଛନ୍ତି ଯେ, ମୋବାଇଲ ଏବଂ ଅପ୍ଟିକାଲ ଫାଇବର କନେକ୍ଟିଭିଟି ବ୍ୟତୀତ, ସାଟେଲାଇଟ କନେକ୍ଟିଭିଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ। ଖାସକରି ଦୂର-ଦରାନ୍ତର ଏବଂ ଦୁର୍ଗମ ଅଞ୍ଚଳରେ ଯେଉଁଠାରେ ଫିଜିକାଲ ଭାବେ କେବଲ୍ ବିଛାଇବା ଚ୍ୟାଲେଞ୍ଜିଙ୍ଗ ହୋଇଥାଏ।
ମନ୍ତ୍ରୀ କହିଛନ୍ତି ଯେ, ଷ୍ଟାରଲିଙ୍କକୁ ସାଟେଲାଇଟ ବ୍ରଡବ୍ୟାଣ୍ଡ ସେବା ପାଇଁ ତୃତୀୟ ଲାଇସେନ୍ସ ମିଳିବ। ସେ କହିଛନ୍ତି ଯେ, ଏହାପରେ, ସରକାର ସ୍ପେକ୍ଟ୍ରମର ଆବଣ୍ଟନ କରିବ ଏବଂ ଦେଶରେ ଏହି ସେବା ଖୁବଶୀଘ୍ର ଆରମ୍ଭ ହେବ।
ଏହି ମାସରେ ମିଳିଯିବ ଲାଇସେନ୍ସ: ଜଣେ ବରିଷ୍ଠ ଅଧିକାରୀ ମନିକଣ୍ଟ୍ରୋଲକୁ କହିଥିଲେ ଯେ, ୭ ମେ ରେ LoI ପ୍ରାପ୍ତ ହେବା ପରେ ଷ୍ଟାରଲିଙ୍କକୁ ୭ ଜୁନ ପର୍ଯ୍ୟନ୍ତ ଅନୁପାଳନ ଆବଶ୍ୟକତାକୁ ପୂରଣ କରିବାର ସମୟ ଦିଆଯାଇଛି।
କମ୍ପାନୀ ପ୍ରଥମେ ମୁଖ୍ୟ ସୁରକ୍ଷା-ସମ୍ବନ୍ଧୀୟ ଡକ୍ୟୁମେଣ୍ଟକୁ ଜାମା କରିଛି ଏବଂ ନୂଆ ଲାଇସେନ୍ସ ସର୍ତ୍ତକୁ ପୂରଣ କରିବା ଲାଗି ଅଣ୍ଡରଟେକିଙ୍ଗସ ପ୍ରଦାନ କରିଛି। ଅଧିକାରୀ କହିଛନ୍ତି ଯେ, ସେମାନଙ୍କୁ ଏହି ମାସରେ ଲାଇସେନ୍ସ ମିଳିଯିବ।