ସାଉଦୀରେ ୨୧ ହଜାର ଭାରତୀୟ-ନେପାଳୀ ଶ୍ରମିକଙ୍କୁ ହତ୍ୟା, ମାରିବା ପଛରେ ପ୍ରିନ୍ସ୍‌ଙ୍କ ହାତ ଥିବା ନେଇ ବଡ଼ ଖୁଲାସା

ନୂଆଦିଲ୍ଲୀ: ସାଉଦୀ ଆରବରେ ୨୧ ହଜାର ଭାରତୀୟ-ନେପାଳୀ ଶ୍ରମିକଙ୍କୁ ହତ୍ୟା କରାଯିବା ପଛରେ ପ୍ରିନ୍ସ୍‌ଙ୍କ ହାତ ଥିବା ନେଇ ହୋଇଛି ବଡ଼ ଖୁଲାସା । ପୁରା ବିଶ୍ୱରେ ନିଜର ସ୍ୱତନ୍ତ୍ରତା ଓ ତେଲ ଖଣି ପାଇଁ ପ୍ରସିଦ୍ଧି ପାଇଥିବା ସାଉଦୀ ଆରବ ଏବେ ନିଜ ଭୁଲ ପାଇଁ ଭାବିବା ଆରମ୍ଭ କଲାଣି । ସାଉଦୀ ପ୍ରିନ୍ସ୍ ବିନ୍ ସଲମାନଙ୍କ ନିର୍ଦ୍ଦେଶ କ୍ରମେ ଭିଜନ୍ ୨୦୩୦ ଚଲା ଯାଉଛି । ଯେଉଁଥିରେ ଅର୍ବୋ ଡଲାର୍ ଖର୍ଚ କରାଯାଉଛି ।

ଜଣେ ମହିଳା ରିପୋର୍ଟର ମୋରା ଆରବରେ ହେଉଥିବା କାର୍ଯ୍ୟଭିର୍ତ୍ତି ଉପରେ ଏକ ବଡ଼ ଖୁଲାସା କରିଛନ୍ତି । ସେ ତାଙ୍କ ରିପୋର୍ଟରେ କହିଛନ୍ତି ଭିଜନ୍ ୨୦୩୦ ଆରମ୍ଭ ହେବାର ମାତ୍ର ୮ ବର୍ଷ ଭିତରେ ସାଉଦୀରେ ୨୧ ହଜାର ଶ୍ରମିକଙ୍କୁ ମାରି ଦିଆ ଯାଇଛି । ଏଥିରେ ସବୁଠୁ ଅଧିକ ଭାରତୀୟ ଓ ନେପାଳୀ ଶ୍ରମିକ ମରିଛନ୍ତି । ସାଉଦୀର ଏହି ଭିଜନ୍ ୨୦୩୦ରେ କାମ କରୁଥିବା ବିଦେଶୀ ଶ୍ରମିକଙ୍କ କହିବା କଥା ସେମାନେ ଗୋଲାମୀ ଓ ଭିକାରୀଙ୍କ ଭଳି ବଞ୍ଚୁଛନ୍ତି, ଏବଂ ଏହି ଦେଶରେ ଫସିଯାଇଛନ୍ତି ।

ସମୟ ହିସାବରେ ମଜୁରୀ ବି ମିଳୁ ନାହିଁ । ନିର୍ଦ୍ଧାରିତ ସମୟ ଠାରୁ ଅଧିକ କାମ କରାଉଛନ୍ତି । ସେଥିପାଇଁ ସେମାନେ ଆରବରେ ଡ଼ରିକି ରହିଛନ୍ତି । ସେମାନଙ୍କ କହିବା ଅନୁସାରେ ବେଆଇନ ଏବଂ ମାନବାଧିକାରକୁ ଉଲଙ୍ଘନ କରାଯାଇ ବିଲ୍‌ଡିଂଗ୍‌ ନିର୍ମାଣ କରାଯାଉଛି । ଗତ କିଛି ଦିନ ହେବ ସେମାନଙ୍କ ସହ ଅନେକ ଭେଦଭାବ କରାଯାଉଥିବା ସେମାନେ କହିଛନ୍ତି ।