fbpx
BSKY SKY
BSKY SKY

ଗାଙ୍ଗୁଲିଙ୍କ ସହ ବଡ଼ଧରଣର ଠକାମି: ଜମି ଉପରେ କବଜା କରିବାକୁ ତାଲା ଭାଙ୍ଗିଲେ ଦୁର୍ବୃତ୍ତ, ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିଲେ

BSKY

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ଅଧ୍ୟକ୍ଷ ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ ଆସିଛି ଏକ ବଡ଼ ଖବର । କିଛି ଅସାମାଜିକ ବ୍ୟକ୍ତି ଗାଙ୍ଗୁଲିଙ୍କର ସ୍କୁଲର ଜମି ଉପରେ ବେଆଇନ ଭାବେ କବଜା କରିବାକୁ ପ୍ରୟାସ କରିଛନ୍ତି । ଦୁର୍ବୃତ୍ତମାନେ ଗାଙ୍ଗୁଲିଙ୍କ ଜମିରେ ଥିବା ଘରର ତାଲା ଭାଙ୍ଗିଦେବା ସହିତ ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କୁ ମାଡ଼ ମଧ୍ୟ ମାରିଛନ୍ତି । ଏନେଇ ଗାଙ୍ଗୁଲି ପୋଲିସରେ ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ, କିଛି ଦୁର୍ବୃତ୍ତ ଗାଙ୍ଗୁଲିଙ୍କ ଜମି ଉପରେ ବେଆଇନ ଭାବେ କବଜା କରିବାକୁ ଚେଷ୍ଟା କରିଥିଲେ । ଏପରିକି ଦୁର୍ବୃତ୍ତମାନେ ଗାଙ୍ଗୁଲିଙ୍କ ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ସହିତ ତାଲା ମଧ୍ୟ ଭାଙ୍ଗି ଦେଇଥିଲେ । ଏନେଇ ଗାଙ୍ଗୁଲି ପୋଲିସରେ ଅଭିଯୋଗ କରିଥିଲେ । ଏଥିସହିତ ଅଭିଯୁକ୍ତମାନେ ଫୋନରେ ମଧ୍ୟ ଧମକ ଦେବା ସହିତ ଖରାପ ଆଚରଣ କରିଥିବା ଗାଙ୍ଗୁଲିଙ୍କ ବ୍ୟକ୍ତିଗତ ସହାୟକ ତାନିୟା ଭଟ୍ଟାଚାର୍ଯ୍ୟ ଅଭିଯୋଗ କରିଛନ୍ତି ।

ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାର ଭାଟନଗରରେ ଗାଙ୍ଗୁଲିଙ୍କର ଏକ ଜମି ଖାଲି ପଡ଼ିଥିଲା । ଉକ୍ତ ଜମିରେ ସ୍କୁଲ ତିଆରି ହେବା ନେଇ ଯୋଜନା ରହିଛି । ବର୍ତ୍ତମାନ ଉକ୍ତ ଜମିରେ ତାଲା ଲାଗିଛି । ମାତ୍ର କିଛି ଦୁର୍ବୃତ୍ତ ଉକ୍ତ ଜମିକୁ କବଜା କରିବାକୁ ପ୍ରୟାସ କରୁଥିବା ଗାଙ୍ଗୁଲିଙ୍କ ପିଏ ପୋଲିସରେ ଅଭିଯୋଗ କରିଛନ୍ତି । ଗତ କିଛିଦିନ ଧରି ଏହି ଅଭିଯୁକ୍ତମାନେ କ୍ରମାଗତ ଭାବେ ଜମି ଉପରେ ଅବୈଧ କବଜା କରିବାକୁ ପ୍ରୟାସ କରିଆସୁଥିବା ଅଭିଯୋଗପତ୍ରରେ କୁହାଯାଇଛି ।

Get real time updates directly on you device, subscribe now.