fbpx

ସଭରକର ଗାଈ କୁ ମାତା ମାନିନଥିଲେ ଏବଂ ଗୋମାଂସ ଖାଇବାକୁ ଆପତ୍ତି କରିନଥିଲେ: ଦିଗବିଜୟ ସିଂହ

କେନ୍ଦ୍ର ଦ୍ୱାରା ଅର୍ଥବ୍ୟବସ୍ଥାରେ ଅବ୍ୟବସ୍ଥାକୁ ସାମ୍ନାକୁ ଆଣିବାକୁ ୧୪ ନଭେମ୍ବର ଠାରୁ ଦେଶବ୍ୟାପୀ ‘ଜନ ଜାଗରଣ ଅଭିଯାନ ଆରମ୍ଭ କରିଛି କଂଗ୍ରେସ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂହ । ସେ କହିଛନ୍ତି ସଭରକରଙ୍କୁ ଆଦର୍ଶ ବୋଲି କହୁଛି ବିଜେପି, କିନ୍ତୁ ସାଭରକର ନିଜ ପୁସ୍ତକରେ ଗାଈ ମାଂସ ଖାଇବାରେ କୌଣସି ଅସୁବିଧା ନାହଁ ବୋଲି ଲେଖଛନ୍ତିି । ସେ ଅଭିଯୋଗ କରିଛଛନ୍ତି ଯଦି ବିଜେପି ୨୦୨୪ରେ ପୁଣି ଶାସନକୁ ଫେରେ ତା’ହେଲେ ସେ ସମ୍ବିଧାନକୁ ବଦଳାଇଦେବ ଏବଂ ସଂରକ୍ଷଣ ଶେଷ କରିବ ।

ଶନିବାର ଭୋପାଳରେ ଜନ ଜାଗରଣ ଅଭିଯାନ ସମୟରେ ଏକ ସଭାକୁ ସମ୍ବୋଧିତ କରିବା ସମୟରେ ସଭରକରଙ୍କୁ ନେଇ ଅନେକ ଖୁଲାସା କରିଛନ୍ତି ଦିଗବିଜୟ ସିଂହ । କଂଗ୍ରେସର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ କହିଛନ୍ତି ଯେ ବୀର ସଭରକର ନିଜ ପୁସ୍ତକରେ କହିଥିଲେ ଯେ ହିନ୍ଦୁ ଧର୍ମର ହିନ୍ଦୁତ୍ୱ ସହ କୌଣସି ସମ୍ପର୍କ ନାହିଁ । ସେ ଗାଈକୁ ମଧ୍ୟ କେବେ ବି ମା ବୋଲି ମାନି ନାହଁନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ବିଫ୍ ଖାଇବାରେ କୌଣସି ଅସୁବିଧା ନାହିଁ ।

ସେ ଦାବି କରିଛନ୍ତି ସାଭରକର ନିଜ ପୁସ୍ତକରେ ହିନ୍ଦୁ ଧର୍ମ ଏବଂ ହିନ୍ଦୁତ୍ୱକୁ ଭିନ୍ନ ବୋଲି କହିଛନ୍ତି । ଏହା ସହ ଦିଗବିଜୟ କହିଛନ୍ତି ସଭରକର ଗାଈକୁ ମା ବୋଲି ମାନିନଥିଲେ, ସଭରକର କହୁଥିଲେ ଯେଉଁ ପଶୁ ନିଜ ମଳ ଉପରେ ଶୋଇଥାଏ ସେ ମା ହୋଇପାରିବନି ଏବଂ ତା ମାଂସ ଖାଇବାରେ କୌଣସି ଅସୁବିଧା ନାହିଁ । ଦିଗବିଜୟ ଆହୁରି କହିଥିଲେ ଯେ ଏହି ଦେଶ ଅନେକତା ଏକତା ର ଦେଶ । ଏଠାରେ ଏଭଳି ହିନ୍ଦୁ ଅଛନ୍ତି ଯେଉଁମାନେ ବିଫ୍ ଖାଉଛନ୍ତି ଏବଂ କହୁଛନ୍ତି କେଉଁଠାରେ ଲେଖା ଅଛି ବିଫ୍ ନଖାଇବା ବୋଲି । ଏମିତିବି ହିନ୍ଦୁ ଅଛନ୍ତି ଯେଉଁମାନେ ଗୋହତ୍ୟା ବିରୋଧରେ ଅଛନ୍ତି । ସେ କହିଛନ୍ତି କଂଗ୍ରେସ ନେତାମାନେ ଏବେ ଏହି ପ୍ରଶ୍ନ ବିଜେପିକୁ କରନ୍ତୁ ।

Get real time updates directly on you device, subscribe now.