fbpx

ଶ୍ରାବଣର ଶିବରାତ୍ରୀରେ ସୃଷ୍ଟି ହେଉଛି ବହୁ ମହତ୍ତ୍ୱପୂର୍ଣ୍ଣ ଯୋଗ, ବ୍ରତ ରଖିଲେ ବିବାହ କ୍ଷେତ୍ରରେ ବାଧା ଦୂର ହେବା ସହ ରୋଗ ବ୍ୟାଧିରୁ ମିଳିଥାଏ ମୁକ୍ତି

୪ ଜୁଲାଇରୁ ପବିତ୍ର ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି ଏହା ୩୧ ଅଗଷ୍ଟରେ ସମାପନ ହେବ । ଏହି ମାସ ଭଗବାନ ଶିବଙ୍କର ବହୁତ ପ୍ରିୟ । ଶ୍ରାବଣର ଏହି ମାସରେ ମାସିକ ଶିବରାତ୍ରୀ ମଧ୍ୟ ପଡିଥାଏ । ହିନ୍ଦୁ ଧର୍ମରେ ଶିବରାତ୍ରୀ ଓ ମାସିକ ଶିବରାତ୍ରୀ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିବେଚନା କରାଯାଏ । ହିନ୍ଦୁ ପଚାଙ୍ଗ ଅନୁସାରେ ମାସିକ ଶିବରାତ୍ରୀ ପ୍ରତି ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଇଥାଏ । ୧୫ ଜୁଲାଇ ଶନିବାର ଦିନ ଶ୍ରାବଣ ମାସର ପ୍ରଥମ ମାସିକ ଶିବରାତ୍ରୀ ପଡୁଅଛି । ଏହି ମାସିକ ଶିବରାତ୍ରୀ ବହୁତ ସ୍ୱତନ୍ତ୍ର ଓ ଏହିଦିନ କାଉଡିଆ ଭାଇମାନେ ଭଗବାନ ଶିବଙ୍କ ମସ୍ତକରେ ଜଳ ଚଢାଇବେ ।
ଶ୍ରାବଣ ମାସର ଚତୁର୍ଦ୍ଦଶୀ ତିଥି ୧୫ ଜୁଲାଇ ରାତି ୮ ଟା ୩୨ ମିନିଟ୍ ରୁ ଆରମ୍ଭ ହେବ ଓ ଏହି ତିଥି ୧୬ ଜୁଲାଇ ରାତି ୧୦ଟା ୮ ମିନିଟ୍ରେ ସମାପନ ହେବ । ଏହିଦିନ ବୃଦ୍ଧି ଓ ଧ୍ରୁବ ଯୋଗ ମଧ୍ୟ ସୃଷ୍ଟି ହେବାକୁ ଯାଉଛି । ବୃଦ୍ଧି ଯୋଗର ଆରମ୍ଭ ୧୪ ଜୁଲାଇ ସକାଳ ୮ଟା ୨୮ ମିନିଟ୍ ରୁ ଆରମ୍ଭ ହୋଇ ୧୫ ଜୁଲାଇ ସକାଳ ୮ଟା ୨୨ ମିନିଟ୍ରେ ସମାପନ ହେବ । ସେହିପରି ଧ୍ରୁବ ଯୋଗ ୧୫ ଜୁଲାଇ ସକାଳ ୮ଟା ୨୨ ମିନିଟ୍ ରୁ ଆରମ୍ଭ ହୋଇ ୧୬ ଜୁଲାଇ ସକାଳ ୮ଟା ୩୩ ମିନିଟ୍ ପର୍ଯ୍ୟନ୍ତ ରହିବ । ଏହିଦିନ ମୃଗଶିରା ନକ୍ଷତ୍ର ଯୋଗ ମଧ୍ୟ ସୃଷ୍ଟି ହେବାକୁ ଯାଉଛି ।
ଶ୍ରାବଣ ମାସର ଶିବରାତ୍ରୀ ଦିନ ପବିତ୍ର ହୃଦୟରେ ଭଗବାନ ଶିବଙ୍କ ପୂଜା ବ୍ରତ କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଏହିଦିନ ବ୍ରତ ରଖିବା ଦ୍ୱାରା ବ୍ୟକ୍ତିର ସମସ୍ତ ଦୁଃଖ କଷ୍ଟ ସମସ୍ୟା ଦୂର ହୋଇ ଯାଇଥାଏ । କୁମାରୀ କନ୍ୟାମାନେ ଏହିଦିନ ବ୍ରତ ରଖିଲେ ସେମାନଙ୍କୁ ମନ ପସନ୍ଦର ବର ମିଳିଥାଏ ଓ ବିବାହ କ୍ଷେତ୍ରରେ ଉପୁଜୁଥିବା ବାଧା ଦୂର ହୋଇଥାଏ । ଏହା ସହିତ ସନ୍ତାନ ପ୍ରାପ୍ତି ଓ ରୋଗମୁକ୍ତି ଲାଗି ମଧ୍ୟ ଭଗବାନ ଶିବଙ୍କ ଏହି ବ୍ରତ ରଖନ୍ତୁ । ତେବେ ିଭିନ୍ନ ଭିନ୍ନ ମନୋକାମନା ପୂରଣ ପାଇଁ କ’ଣ ଉପାୟ କରିବେ ଆସନ୍ତୁ ଜାଣିବା ।
ଧନ ପ୍ରାପ୍ତି ଲାଗି:
କ୍ଷୀର, ଦହି, ମହୁ , ଗୁଡ, ଘିଅରେ ଭଗବାନ ଶିବଙ୍କୁ ଅଭିଷେକ କରନ୍ତୁ । ଏହାପରେ ଜଳଧାରା ଅର୍ପଣ କରନ୍ତୁ । ଏହାପରେ ଧନପ୍ରାପ୍ତି ଲାଗି ପ୍ରାର୍ଥନା କରନ୍ତୁ ।
ସନ୍ତାନ ଲାଗି:
ଶିବଲିଙ୍ଗ ଉପରେ ଘିଅ ଅର୍ପଣ କରନ୍ତୁ । ଏହାପରେ ଜଳଧାରା ଅର୍ପଣ କରନ୍ତୁ ଓ ସନ୍ତାନ ପ୍ରାପ୍ତି ଲାଗି ପ୍ରାର୍ଥନା କରନ୍ତୁ ।
ବିବାହ ଲାଗି ଉପାୟ:
ଶିବଲିଙ୍ଗ ଉପରେ ୧୦୮ ବେଲପତ୍ର ଅର୍ପଣ କରନ୍ତୁ । ପ୍ରତି ବେଲପତ୍ର ସହିତ ନମଃ ଶିବାୟ ଉଚ୍ଚାରଣ କରନ୍ତୁ ।

Get real time updates directly on you device, subscribe now.