fbpx

SBI ବଢାଇଲା ଅମୃତ କଳସ ସ୍କିମର ଡେଡଲାଇନ, ଜାଣନ୍ତୁ ମାତ୍ର ୪୦୦ ଦିନର ଏଫଡିରେ କେତେ ମିଳୁଛି ଫାଇଦା

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ପବ୍ଲିକ ସେକ୍ଟର ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ସମୟ-ସମୟରେ ଅନେକ ପ୍ରକାରର ସ୍ପେଶାଲ ସ୍କିମ ଲଞ୍ଚ କରିଆସୁଛି । ଏକ ଏପରି ସ୍କିମର ନାମ ହେଉଛି ଏସବିଆଇ ଅମୃତ କଳସ ଏଫଡି ସ୍କିମ । ଏହି ସ୍କିମ ଅନୁଯାୟୀ, ବ୍ୟାଙ୍କ ନିଜ ଗ୍ରାହକଙ୍କୁ ୪୦୦ ଦିନର ଏଫଡି ଉପରେ ଭଲ ସୁଧ ଦର ଲାଭ ପ୍ରଦାନ କରୁଛି । ବର୍ତ୍ତମାନ ଏହି ସ୍କିମକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ୩୧ ମାର୍ଚ୍ଚ ୨୦୨୪ରେ ଶେଷ ହେବାକୁ ଥିବା ଏହି ସ୍କିମର ଡଏଡଲାଇନକୁ ବଢାଯାଇଛି । ବ୍ୟାଙ୍କ ଏହି ସ୍କିମର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ଅମୃତ କଳସ ସ୍କିମର ଡେଡଲାଇନକୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ବଢାଇଛି । ଏହି ସ୍କିମକୁ ବ୍ୟାଙ୍କ ୧୨ ଏପ୍ରିଲ ୨୦୨୩କୁ ଲଞ୍ଚ କରିଛି । ଏସବିଆଇ ଅମୃତ କଳସ ସ୍କିମର ଏକ ୪୦୦ ଦିନିଆ ଏଫଡି ସ୍ଲିମ ଅଛି । ଯେଉଁଥିରେ ସାଧାରଣ ନାଗରିକଙ୍କୁ ୭.୧୦ ପ୍ରତିଶତ ସୁଧ ଦର ଲାଭ ମିଳୁଛି । ସେହିଭଳି ସିନିୟର ସିଟିଜେନକୁ ଏହି ସ୍କିମରେ ଜମା ରାଶି ଉପରେ ଅତିରିକ୍ତ ୦.୫୦ ପ୍ରତିଶତ ସୁଧ ଦରର ଲାଭ ମିଳିଛି । ଏହି ସ୍କିମ ଜରିଆରେ ଆପଣ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ ।

ଜବରଦସ୍ତ ରିଟର୍ଣ୍ଣର ଏସବିଆଇ ଅମୃତ କଳସ ସ୍କିମର ଡେଡଲାଇନ ପ୍ରଥମେ ୨୩ ଜୁନ ୨୦୨୩ ପର୍ଯ୍ୟନ୍ତ ଥିଲା । ହେଲେ ଏହାକୁ ଧିରେ ଧିରେ ବଢାଯାଉଛି । ଏହି ଖାତା ଖୋଲିବା ପାଇଁ ଆପଣ ଏସବିଆଇର ଯେକୌଣସି ଶାଖାକୁ ଯାଇପାରିବେ । ଏହି ଖାତା ଖୋଲିବା ପାଇଁ ଆପଣଙ୍କ ପାଖେ ଆଧାର କାର୍ଡ, ମୋବାଇଲ ନମ୍ବର, ପ୍ୟାନ କାର୍ଡ, ପାସପୋର୍ଟ ସାଇଜ ଫଟୋ, ଇମେଲ ଆଇଡି ହେବା ଥିବା ଆବଶ୍ୟକ । ବ୍ୟାଙ୍କକୁ ଯାଇ ଏକ ଫର୍ମ ଭରନ୍ତୁ ଏବଂ ଆପଣଙ୍କ ଏସବିଆଇ ଅମୃତ କଳସର ଖାତା ଖୋଲାଯିବ । ଏହି ସ୍କିମ ଅନୁଯାୟୀ, ଟିଡିଏସ କଟିବା ପରେ ଆପଣଙ୍କ ଖାତାରେ ଜମା ହୋଇଯିବ ।

Get real time updates directly on you device, subscribe now.