SBI ଏଟିଏମରୁ ଲୁଟିନେଲେ ବ୍ୟାଟେରୀ: ଲିଙ୍ଗିପୁର ଏଟିଏମ୍ ଲୁଟେରା ଲିଙ୍କ ସନ୍ଦେହ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲିଙ୍ଗିପୁର ଏଟିଏମ୍ ଲୁଟ୍ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ରାଜଧାନୀରେ ଘଟିଯାଇଛି ଆଉ ଏକ ଚୋରି । ମଞ୍ଚେଶ୍ୱର ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଚୋରି ହୋଇଛି ଏକ ଏଟିଏମ୍ ବ୍ୟାଟେରୀ । ଚୋରିର କୌଶଳ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ବିନା ମାସ୍କରେ ଅତ୍ୟନ୍ତ ଚତୁରତାର ସହିତ ବ୍ୟାଟେରୀ ଟିକୁ ଲୁଟି ନେଇଛି । ତେବେ ସିସିଟିଭିରେ କଏଦ ହୋଇଛି ଏହି ଦୃଶ୍ୟ ।

ସିସିଟିଭିରେ ଚୋରିର ଦୃଶ୍ୟ କଏଦ ହୋଇଥିବା ବେଳେ ଆଲୁଅ ନଥିବାରୁ ଚେହେରା ସ୍ପଷ୍ଟ ଭାବରେ ଜଣା ପଡୁନାହିଁ । ଏହି ଘଟଣାର ଲିଙ୍କ ଲିଙ୍ଗିପୁରରେ ହୋଇଥିବା ଏଟିଏମ୍ ଚୋରି ସହିତ ରହିଥିବା ନେଇ ପୋଲିସ ପକ୍ଷରୁ ଅନୁମାନ କରାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ, ଶିଶୁପାଳଗଡ଼ ଲିଙ୍ଗିପୁର୍ ହାଉସିଂବୋର୍ଡ ଛକ ଇନ୍ଦିରା କଲୋନୀରେ ଥିବା ଏସବିଆଇର ଏଟିଏମକୁ କାଟି ନେଇଥିଲେ ଦୁର୍ବୃତ୍ତ । ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ସିସିଟିଭିରେ କଏଦ ହୋଇଥିଲା ଲୁଟ୍ ବେଳର ଦୃଶ୍ୟ । ଦେଖନ୍ତୁ ଭିଡିଓ…