fbpx
BSKY SKY
BSKY SKY

୧୩ ହଜାର ଫୁଟ ଉଚ୍ଚତାରେ ଉଡ଼ୁଥିଲେ ମହିଳା, ହଠାତ୍ ପାରାଶ୍ୟୁଟ୍ ତାଙ୍କର ପାଦରେ ଛନ୍ଦି ହୋଇଗଲା, ଜାଣନ୍ତୁ ତା’ପରେ କ’ଣ ହେଲା

BSKY

ନୂଆଦିଲ୍ଲୀ: ଆଜିକାଲିର ଦୈନନ୍ଦିନ ଜୀବନରେ ଅନେକ ଘଟଣା ଦୁର୍ଘଟଣା ଦେଖିବାକୁ ମିଳୁଛି । ଅନେକ ସମୟରେ ସାମାନ୍ୟ ଦୁର୍ଘଟଣାରେ ଜଣଙ୍କର ଜୀବନ ଚାଲିଯାଉଥିବା ବେଳେ ଭୟଙ୍କର ଦୁର୍ଘଟଣାରୁ ମଧ୍ୟ ଅନେକ ବର୍ତ୍ତି ଯାଉଛନ୍ତି । ଏପରି ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି ଜଣେ ମହିଳା । ମହିଳା ଜଣଙ୍କ ପାଖାପାଖି ୧୩ ହଜାର ଫୁଟ ଉଚ୍ଚତାରୁ ହଠାତ୍ ତଳକୁ ଖସିପଡ଼ିଥିଲେ । ମାତ୍ର ଈଶ୍ୱରଙ୍କ କୃପାରୁ ଉକ୍ତ ମହିଳାଙ୍କ ସହିତ କିଛି ଚମକ୍ରାର ହୋଇଥିଲା ।

ଜଣାପଡ଼ିଛି ଯେ, ଉକ୍ତ ମହିଳାଙ୍କ ନାମ ହେଉଛି ଜୋର୍ଡାନ ହାଟମାକେର ଓ ତାଙ୍କର ବୟସ ୩୫ ବର୍ଷ । ଜୋର୍ଡାନ ଭର୍ଜିନିଆର ନିର୍ବାସୀ ହୋଇଥିବା ବେଳେ ସେ ଜଣେ ସ୍କାଇଡାଇଭର ଅଟନ୍ତି । ନିକଟରେ ସେ ଏକ ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ମାତ୍ର ୩୦ ସେକେଣ୍ଡ ମଧ୍ୟରେ ତାଙ୍କ ଜୀବନକୁ ଏକ ଝଡ଼ ମାଡ଼ିଆସିଥିଲା । ଏକମାସରୁ ଅଧିକ ସମୟ ଧରି ହସ୍ପିଟାଲରେ ରହିବା ପରେ ଏବେ ଜୋର୍ଡାନ ପୁନର୍ବାର ସ୍କାଇଡାଇଭର ପାଇଁ ପ୍ରସ୍ତୁତ ହୋଇଗଲେଣି ।

ଜୋର୍ଡାନ ପାଖାପାଖି ୧୩ ହଜାର ଉଚ୍ଚତାରୁ ତଳକୁ ଡେଇଁ ଥିଲେ । ସେ ଯେତେବେଳେ ପାରାଶୁଟ୍ ଖୋଲିବାକୁ ଚେଷ୍ଟା କଲେ ହଠାତ୍ ତାହା ତାଙ୍କର ପାଦରେ ଛନ୍ଦି ହୋଇଯାଇଥିଲା । ଏାପରେ ସେ ଘଣ୍ଟା ପ୍ରତି ପାଖାପାଖି ୨୦୦ କିମି ବେଗରେ ତଳକୁ ଖସିବାରେ ଲାଗିଥିଲେ । ସେ ଭାବିନେଇଥିଲେ ତାଙ୍କର ଜୀବନ ଆଉ ରହିବ ନାହିଁ, ମାତ୍ର ଏପରି କିଛି ଘଟିନଥିଲା । ତଳେ ପଡ଼ିବା ପରେ ଜୋର୍ଡାନଙ୍କର ଗୋଡ଼ ଭାଙ୍ଗି ଯିବା ସହ ଅନେକ ହାଡ଼ ମଧ୍ୟ ଭାଙ୍ଗିଯାଇଥିଲା ଓ ସେ ଗୁରୁତର ହୋଇଯାଇଥିଲେ ।

Get real time updates directly on you device, subscribe now.