fbpx
BSKY SKY
BSKY SKY

SBI Clerk ପରୀକ୍ଷା ତାରିଖ ଘୋଷଣା: ୮୨୮୩ଟି ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ଶୀଘ୍ର ୱେବସାଇଟ୍ ଚେକ୍ କରନ୍ତୁ

BSKY

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର କ୍ଲର୍କ ପଦରେ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ୮୨୮୩ଟି ଜୁନିୟର ଆସୋସିଏଟ୍ ପଦ ପାଇଁ ନଭେମ୍ବର ମାସ ୧୭ ତାରିଖରୁ ଡିସେମ୍ବର ମାସ ୭ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲିଥିଲା । ପରବର୍ତ୍ତୀ ସମୟରେ ଆବେଦନର ଅନ୍ତିମ ତାରିଖ ଡିସେମ୍ବର ମାସ ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ତେବେ ଏହା ମଧ୍ୟରେ କ୍ଲର୍କ ପଦର ସମ୍ଭାବ୍ୟ ପରୀକ୍ଷା ଶିଡ୍ୟୁଲ ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଏସବିଆଇର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ । ପ୍ରାରମ୍ଭିକ ପରୀକ୍ଷା ସିବିଟି ମୋଡ଼ରେ ହେବ ଓ ସେଥିପାଇଁ ୧ ଘଣ୍ଟା ସମୟ ରହିବ । ଆସନ୍ତା ମାସ ୫, ୬, ୧୧, ୧୨ ତାରିଖରେ ଏହି ପରୀକ୍ଷା ହେବାର ସମ୍ଭାବନା ରହିଛି । ଏହାପରେ ମୁଖ୍ୟ ପରୀକ୍ଷା କରାଯିବ । ମୋଟ ୧୦୦ ମାର୍କର ପରୀକ୍ଷା ହେବ ଓ ସେଥିରେ ଇଂରାଜୀ ଭାଷା, ନ୍ୟୁମେରିକାଲ ଆବିଲିଟି ଓ ରିଜୋନିଙ୍ଗ ଆବିଲିଟି ଆଦି ୩ଟି ବିଭାଗରୁ ପ୍ରଶ୍ନ ଆସିବ ।

ଏଥିରେ ଆବେଦନ କରିବା ପାଇଁ ଚଳିତ ବର୍ଷ ଏପ୍ରିଲ ମାସ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୦ ବର୍ଷ ଓ ସର୍ବାଧିକ ବୟସ ୨୮ ବର୍ଷ ରହିଥିଲା । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଅନ୍ୟ ପଛୁଆ ବର୍ଗ (ଓବିସି), ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ କ୍ଷେତ୍ରରେ ନିୟମ ଅନୁସାରେ ବୟସ କୋହଳ କରାଯିବା ନେଇ ବିଜ୍ଞପ୍ତିରେ ଦର୍ଶାଯାଇଥିଲା । ସେହିପରି ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିଥିଲେ । ଜେନେରାଲ, ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) ଓ ଓବିସି ପ୍ରାର୍ଥୀମାନେ ୭୫୦ ଟଙ୍କାର ଆବେଦନ ଫିସ୍ ପଇଠ କରିଥିଲେ । ଅନ୍ୟପକ୍ଷରେ ଏସସି / ଏସଟି / ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଥିଲା । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯାଇଥିଲା ।

Get real time updates directly on you device, subscribe now.