fbpx

ଏସବିଆଇରେ ୫୦୦୦ ରୁ ଅଧିକ ‘କ୍ଲକ୍’ ପଦବୀ ପାଇଁ ନିଯୁକ୍ତି: ଆଜିଠୁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ କ୍ଲାରିକାଲ୍ କ୍ୟାଡରରେ ଜୁନିଅର ଆସୋସିଏଟ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୫୦୦୮ ଟି ପଦବୀ ପାଇଁ ନିଯୁକ୍ତି ବାହାରିଛି । ଅନଲାଇନ୍ ଆବେଦନ ପ୍ରକ୍ରିୟା ଆଜି ୭ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି । ଆଗ୍ରହୀ ପ୍ରାର୍ଥୀମାନେ ୨୭ ସେପ୍ଟେମ୍ବର ସୁଦ୍ଧା ଏସବିଆଇ କୁ ଯାଇ ଆବେଦନ କରିପାରିବେ । ବିଜ୍ଞପ୍ତି ଅନୁଯାୟୀ, ପ୍ରାର୍ଥୀମାନେ କେବଳ ଗୋଟିଏ ରାଜ୍ୟ ପାଇଁ ଆବେଦନ କରିପାରିବେ । ଆବେଦନ କରିବା ପୂର୍ବରୁ ଆପଣ ଯେଉଁ ରାଜ୍ୟ ପାଇଁ ଆବେଦନ କରୁଛନ୍ତି. ତାହା ସୁନିଶ୍ଚିତ କରନ୍ତୁ । ସେହି ରାଜ୍ୟର ସ୍ଥାନୀୟ ଭାଷା ପଢ଼ିବା, ଲେଖିବା, କହିବା ଏବଂ ବୁଝିବା) ବିଷୟରେ ଆପଣଙ୍କର ଭଲ ଜ୍ଞାନ ଥିବା ଆବଶ୍ୟକ । ଗତ ବର୍ଷ ମଧ୍ୟ ଏସବିଆଇ ୫୨୩୭ ଟି ପଦବୀରେ ନିଯୁକ୍ତି କରିଥିଲା ।

ଯୋଗ୍ୟତା:-
ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଉଚ୍ଚଶିକ୍ଷା ପ୍ରତିଷ୍ଠାନରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ । ଅନ୍ତିମ ବର୍ଷର ଛାତ୍ରମାନେ ମଧ୍ୟ ଆବେଦନ କରିପାରିବେ । କିନ୍ତୁ ନିଶ୍ଚିତ କରନ୍ତୁ ଯେ ଡିଗ୍ରୀ ୩୦ ନଭେମ୍ବର ୨୦୨୨ରେ କିମ୍ବା ପୂର୍ବରୁ ପ୍ରାପ୍ତ ହୋଇଥିବ ।

ବୟସ :-
୨୦ ବର୍ଷରୁ ୨୮ ବର୍ଷ । ପ୍ରାର୍ଥୀମାନଙ୍କ ଜନ୍ମ ୨ ଅଗଷ୍ଟ ୧୯୯୪ ପୂର୍ବରୁ ଏବଂ ୧ ଅଗଷ୍ଟ ୨୦୦୨ ପରେ ହୋଇନଥିବା ଆବଶ୍ୟକ । ବୟସ ଗଣନା ୧ ଅଗଷ୍ଟ ୨୦୨୨ ରୁ କରାଯିବ । ପାଞ୍ଚ ବର୍ଷର ଏସସି ଏବଂ ଏସଟି ବର୍ଗକୁ ୫ ବର୍ଷ ଏବଂ ଓବିସି ପାଇଁ ତିନି ବର୍ଷ ଛୁଟ୍ ମିଳିବ ।

ତାରିଖ :-
ଅନଲାଇନ୍ ଆବେଦନ ପ୍ରକ୍ରିୟାର ଆରମ୍ଭ ତାରିଖ – ୭ ସେପ୍ଟେମ୍ବର ୨୦୨୧ ।
ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ – ୨୭ ସେପ୍ଟେମ୍ବର ୨୦୨୧ ।
ପ୍ରି ପରୀକ୍ଷା ଟ୍ରେନିଂ କଲ୍ ଚିଠି – ୨୦ ସେପ୍ଟେମ୍ବର ୨୦୨୨ ।
ପ୍ରିଲିମସ୍ ପରୀକ୍ଷା ତାରିଖ – ନଭେମ୍ବର ୨୦୨୨ ।
ମେନ୍ ପରୀକ୍ଷା – ଡିସେମ୍ବର / ଜାନୁଆରୀ ୨୦୨୨

ଦରମା:-
୧୭,୦୦୦ରୁ ୪୭,୯୨୦ ଟଙ୍କା । ମୌଳିକ ଦରମା-୧୯,୯୦୦ ଟଙ୍କା

ଚୟନ ପ୍ରକ୍ରିୟା:-
ସର୍ବପ୍ରଥମେ ସେଠାରେ ଏକ ଅନଲାଇନ୍ ପ୍ରାଥମିକ ପରୀକ୍ଷା ହେବ । ଅନଲାଇନ୍ ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ଡକାଯିବ । ମେନ୍ ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀଙ୍କୁ ସ୍ଥାନୀୟ ଭାଷାର ପରୀକ୍ଷା ଦେଇ ଯିବାକୁ ପଡ଼ିବ ।

ପ୍ରାଥମିକ ପରୀକ୍ଷା ୧ ଘଣ୍ଟା ହେବ ଯେଉଁଥିରେ ଇଂରାଜୀ ଭାଷା, ସଂଖ୍ୟାକ୍ରମ ଯୋଗତ୍ୟା ଦକ୍ଷତା ଏବଂ ଯୁକ୍ତିଯୁକ୍ତ କ୍ଷମତା ସହିତ ଜଡିତ ମୋଟ ୧୦୦ ଅବଜେକ୍ଟିଭ୍ ପ୍ରକାର ପ୍ରଶ୍ନ ରହିବ । ପ୍ରାଥମିକ ପରୀକ୍ଷା ପାଇଁ ୧୦୦ ମାର୍କ ରହିବ ।

ଆବେଦନ ଶୁଳ୍କ:-
ସାଧାରଣ, ଇଡବ୍ଲୁଏସ, ଓବିସି – ୭୫୦ ଟଙ୍କା ।
ଏସସି, ଏସଟି. ଦିବ୍ୟାଙ୍ଗ ବର୍ଗଙ୍କ ପାଇଁ- କୌଶସି ଦେୟ ନାହିଁ ।

Get real time updates directly on you device, subscribe now.