fbpx

ଏସବିଆଇ ଗ୍ରାହକଙ୍କ ପାଇଁ ଖୁସିଖବର; ଏବେ ମାଗଣାରେ ଭରିପାରିବେ ଇନକମ ଟ୍ୟାକ୍ସ ରିଟର୍ଣ୍ଣ, ଜାଣନ୍ତୁ ପ୍ରକ୍ରିୟା

Advertisement

ଯଦି ଆପଣ ଷ୍ଟେଟ ବ୍ୟାଙ୍କର ଗ୍ରାହକ ତାହାଲେ ଆପଣଙ୍କ ପାଇଁ ଖୁସି ଖବର । ଏସବିଆଇ ଗ୍ରାହକ ଇନକମ ଟ୍ୟାକ୍ସ ମାଗଣାରେ ଦାଖଲ କରିପାରିବେ । ଏସବିଆଇ ଗ୍ରାହକ ଏବେ ବ୍ୟାଙ୍କର ୟୋନୋ ଆପରେ ଟ୍ୟାକ୍ସଟୁୱିନ ମାଧ୍ୟମରେ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିପାରିବେ । ନିକଟରେ ଦେଶର ଏହି ସର୍ବବୃହତ୍ତ ସରକାରୀ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ଗ୍ରାହକ ୟୋନୋ ଆପ୍ ଦ୍ୱାରା ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିପାରିବେ ।

ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବା ପାଇଁ ଏସବିଆଇ ଗ୍ରାହକଙ୍କୁ ଏହି ଡକ୍ୟୁମେଣ୍ଟର ଆବଶ୍ୟକତା ପଡ଼ିପାରେ
୧. ପ୍ୟାନ କାର୍ଡ
୨. ଆଧାର କାର୍ଡ
୩. ଫର୍ମ-୧୬
୪. ଟ୍ୟାକ୍ସ ଡିଡକ୍ସନ ଡିଟେଲ(ଟିକସ ହ୍ରାସ ବିବରଣୀ)
୫. ଇଣ୍ଟ୍ରେଷ୍ଟ ଇନକମ ସାର୍ଟିଫିକେଟ(ସୁଧ ଆୟ ପ୍ରମାଣପତ୍ର)
୬. ଇନଭେଷ୍ଟମେଣ୍ଟ ପ୍ରୁଫ ଫର ଟ୍ୟାକ୍ସ ସେଭିଙ୍ଗସ(ଟିକସ ସଞ୍ଚୟ ପାଇଁ ବିନିଯୋଗ ପ୍ରମାଣ)

ଜାଣନ୍ତୁ କିପରି ଭରିବେ ୟୋନୋ ଆପ୍ ରେ ଇନକମ ଟ୍ୟାକ୍ସ ରିଟର୍ଣ୍ଣ
– ଗ୍ରାହକଙ୍କୁ ପ୍ରଥମେ ଏସବିଆଇ ୟୋନୋ ଆପ୍ ରେ ଲଗ ଇନ କରିବାକୁ ହେବ
– ଏହାପରେ ଗ୍ରାହକଙ୍କୁ ‘Shops and Orders’ ର ବିକଳ୍ପକୁ ବାଛିବାକୁ ହେବ
– ଏହାପରେ ଗ୍ରାହକଙ୍କୁ ‘Tax and Investment’ ବକଳ୍ପ ମିଳିବ ଯାହାକୁ କ୍ଲିକ କରିବାକୁ ହେବ
– ଏଠାରେ ଗ୍ରାହକଙ୍କୁ ‘Tax2Win’ ବାଛିବାକୁ ହେବ, ଯାହା ପରେ ଗ୍ରାହକ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରିପାରିବେ ।

ସୂଚନାଯୋଗ୍ୟ, ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଅବଧି ପରେ ଇନକମ ଟ୍ୟାକ୍ସ ରିଟର୍ଣ୍ଣ କଲେ ୫୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିପାରେ ।

Get real time updates directly on you device, subscribe now.