fbpx

SBI ଗ୍ରାହକଙ୍କୁ ବଡ଼ ଉପହାର: ବ୍ୟାଙ୍କ ଦେଉଛି ୪୦ ହଜାର ଟଙ୍କାର ଫାଇଦା, ତୁରନ୍ତ ଆକାଉଣ୍ଟକୁ ଆସିବ ଟଙ୍କା !

ନୂଆଦିଲ୍ଲୀ: ଏସବିଆଇରେ ଆକାଉଣ୍ଟ ଥିବା ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । ଯଦି ଆପଣଙ୍କର ଦେଶର ସର୍ବ ବୃହତ ସରକାରୀ ବ୍ୟାଙ୍କରେ ଆକାଉଣ୍ଟ ଅଛି, ତେବେ ଏସବିଆଇ ଗ୍ରାହକମାନଙ୍କୁ ଏବେ ସିଧାସଳଖ ୪୦,୦୮୮ ଟଙ୍କାର ଫାଇଦା ମିଳୁଛି । କିନ୍ତୁ ଆପଣ ଏହି ଫାଇଦା କେବଳ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଉଠାଇପାରିବେ ।

୪୦୦ ଦିନିଆ ଏଫଡି ଉପରେ ୭.୧ ପ୍ରତିଶତ ହାରର ଲାଭ ଦେଉଛି ଏସବିଆଇ । ଏହା ସହିତ ୨ କୋଟିରୁ କମ୍ ରାଶି ଉପରେ ୨୫ ଆଧାର ପଏଣ୍ଟ ବୃଦ୍ଧି ପାଇଛି । ଆପଣ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଏହାର ଫାଇଦା ଉଠାଇ ପାରିବେ । ଆପଣଙ୍କୁ କିପରି ୪୦,୦୮୮ ଟଙ୍କା ଫାଇଦା ମିଳିବ, ଆସନ୍ତୁ ଜାଣିବା…

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ନିଜର ସ୍ୱତନ୍ତ୍ର ଯୋଜନାରେ ସୁଧ ହାର ବୃଦ୍ଧି କରିଛି । ଯଦି ଆପଣ ୫ ଲକ୍ଷ ଟଙ୍କା ଜମା କରନ୍ତି, ତେବେ ଆପଣଙ୍କୁ ମ୍ୟାଚୁରିଟୀ ପୁରା ହେବା ୫,୪୦,୦୮୮ ଟଙ୍କା ମିଳିବ । ଏଥିରେ ଆପଣ ୪୦,୦୮୮ ଟଙ୍କା ସୁଧ ଭାବରେ ପାଇବେ । ଏହା ଆପଣଙ୍କର ଫିକ୍ସଡ ଇନକମ୍ । ଆପଣ ଯେକୌଣସି ବ୍ରାଞ୍ଚ ମାଧ୍ୟମରେ ଏହି ଫାଇଦା ପାଇପାରିବେ ।

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏହି ଯୋଜନାର ଫାଇଦା ଆପଣ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଉଠାଇ ପାରିବେ । ଯଦି ଆପଣ ଏପର୍ଯ୍ୟନ୍ତ ଏହି ଯୋଜନାରେ ନିବେଶ କରିନାହାଁନ୍ତି, ତେବେ ଏହା ଶେଷ ହେବା ପୂର୍ବରୁ ଆପଣ ଏହି ଯୋଜନାରେ ନିବେଶ କରି ଫାଇଦା ଉଠାଇ ପାରିବେ ।

ଏହା ବ୍ୟତୀତ ଯଦି ଆମେ ୨ କୋଟିରୁ କମ୍ ଫିକ୍ସଡ କଥା କହୁ, ତେବେ ବ୍ୟାଙ୍କ ୨୫ ବେସିସ ପଏଣ୍ଟ ବୃଦ୍ଧି କରିଛି । ଏସବିଆଇର ପ୍ରଥମ ୧ ବର୍ଷର ମ୍ୟାଚୁରିଟୀ ଥିବା ଏଫଡି ଉପରେ ୬.୭୫%ର ଫାଇଦା ମିଳୁଛି । ବର୍ତ୍ତମାନ ଏହା ଉପରେ ୦.୦୫ ପ୍ରତିଶତ ବୃଦ୍ଧି ଘଟିଛି, ଯାହା ପରେ ୬.୮୦ ପ୍ରତିଶତ ଫାଇଦା ମିଳୁଛି । ଏଥି ସହିତ ପୂର୍ବରୁ ୨ ବର୍ଷର ଏଫଡି ଉପରେ ୬.୭୫ ପ୍ରତିଶତ ସୁଧ ମିଳୁଥିଲା ଏବଂ ବର୍ତ୍ତମାନ ୭ ପ୍ରତିଶତ ସୁଧର ଫାଇଦା ମିଳୁଛି ।

Get real time updates directly on you device, subscribe now.