ବ୍ୟାଙ୍କ ଡିପୋଜିଟ୍ ଫର୍ମରେ କୁମ୍ଭମେଳା ବୁଲିଯିବି ଲେଖିଲେ ମହିଳା, ଫୋଟ ହେଉଛି ଭାଇରାଲ

ଓଡିଶା ଭାସ୍କର : ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏସବିଆଇ (ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର) ବ୍ୟାଙ୍କ ଡିପୋଜିଟ୍ ଫର୍ମ । ପୂରଣ ହୋଇଥିବା ବ୍ୟାଙ୍କ୍ ଫର୍ମକୁ ନେଇ ଏବେ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା । ଡିପୋଜିଟ୍ ଫର୍ମର ଯେଉଁଠାରେ ଟଙ୍କା ବାବଦରେ ବିବରଣୀ ଲେଖାଯିବା କଥା, ସେ ସ୍ଥାନରେ ଲେଖାଅଛି, ସ୍ବାମୀଙ୍କ ସହ ମେଳା ବୁଲିବାକୁ ଯିବାର ଅଛି ଏବଂ ପରିମାଣ ସ୍ଥାନରେ ଲେଖାଅଛି କୁମ୍ଭ ମେଳା ।

ଭାଇରାଲ: ଫର୍ମଟିକୁ ଦେଖି ବ୍ୟାଙ୍କ କର୍ମଚାରୀ ଚିନ୍ତାରେ ପଡିଯାଇଥିବେ ନିଶ୍ଚୟ, କିନ୍ତୁ ଏହାର ଫୋଟ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ।

ନେଟରେ କିଏ ଏହି ଫୋଟ ଭାଇରାଲ କଲା ତାହା ଜଣାପଡିନାହିଁ । ତେବେ ଭାଇରାଲ ହେଉଥିବା ଏହି ଫର୍ମରେ ଆକାଉଣ୍ଟଧାରୀଙ୍କ ନାଁ ଜାଗାରେ ରାଧିକା ଶର୍ମା ଲେଖା ହୋଇଛି । ରାଧିକା ୧୦ ହଜାର ଟଙ୍କା ଡିପୋଜିଟ୍ କରିବାକୁ ଫର୍ମ ଭରିଥିଲେ ମାତ୍ର ଟଙ୍କା ବିବରଣୀ ସ୍ଥାନରେ ସ୍ବାମୀଙ୍କ ସହ ମେଳା ବୁଲି ଯିବାକୁ ଚାହୁଁଛି ଲେଖି ଏବେ ଚର୍ଚ୍ଚାରେ ।