SBI ଖାତାଧାରୀଙ୍କ ପାଇଁ ବଡ଼ ଖବର, ଆସନ୍ତା ୩ ଘଣ୍ଟା ପାଇଁ କାମ କରିବନି SBI ଡିଜିଟାଲ୍ ସର୍ଭିସ
ଆଜି ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ଏସବିଆଇ ଡିଜିଟାଲ୍ ସର୍ଭିସ୍ ବନ୍ଦ ରହିବ ।
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ SBIର କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର । ନୂତନ ଆର୍ଥିକ ବର୍ଷ ଆଜି ଅର୍ଥାତ୍ ୧ ଏପ୍ରିଲରୁ ଆରମ୍ଭ ହୋଇଛି । ଏପରି ପରିସ୍ଥିତିରେ, ଆଜି ପ୍ରାୟ 3 ଘଣ୍ଟା ପାଇଁ ବ୍ୟାଙ୍କର ଡିଜିଟାଲ୍ ସେବା ଉପଲବ୍ଧ ହେବ ନାହିଁ । ଆନୁଆଲ କ୍ଲୋଜିଂ ପାଇଁ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି ।
କେତେ ଘଣ୍ଟା ବନ୍ଦ ରହିବ- SBI X ରେ ପୋଷ୍ଟ କରିଛି ଯେ କ୍ଲୋଜିଂ ଯୋଗୁଁ, ଆଜି ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ବ୍ୟାଙ୍କର ସମସ୍ତ ଡିଜିଟାଲ୍ ସେବା ଉପଲବ୍ଧ ହେବ ନାହିଁ । ତଥାପି, ଗ୍ରାହକମାନେ UPI ଲାଇଟ୍ କିମ୍ବା ATM ସେବା ମାଧ୍ୟମରେ ଟଙ୍କା କାରବାର କରିପାରିବେ । ଏନେଇ ଏସବିଆଇ ପକ୍ଷରୁ ଟ୍ବିଟ ଯୋଗେ ଘୋଷଣା କରାଯାଇଛି ।
ତେବେ କେତେକ ୟୁଜର୍ସ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଆଜି ସକାଳ ଠାରୁ ୟୁପିଆଇ ପେମେଣ୍ଟରେ ସମସ୍ୟା ଦେଖାଯାଉଛି । କିନ୍ତୁ ଏସବିଆଇ ପକ୍ଷରୁ କେବଳେ 3 ଘଣ୍ଟା ବନ୍ଦ ରହିବା ନେଇ କୁହାଯାଇଛି ।
ୟୁପିଆଇ ଲାଇଟ୍ କଣ- UPI Lite ହେଉଛି NPCI ଦ୍ୱାରା ଛୋଟ କାରବାରକୁ ସହଜ ଏବଂ ଦ୍ରୁତ କରିବା ପାଇଁ ବିକଶିତ ଏକ ନୂତନ ଡିଜିଟାଲ୍ ପେମେଣ୍ଟ ସିଷ୍ଟମ । ବିଶେଷ କଥା ହେଉଛି ଏହା ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (UPI)ର ଏକ ଲାଇଟ ଭର୍ସନ । ଏହା ସାହାଯ୍ୟରେ, ଇଣ୍ଟରନେଟ୍ ସଂଯୋଗ ବିନା ମଧ୍ୟ ପେମେଣ୍ଟ କରାଯାଇପାରିବ ।