fbpx

SBI-HDFC-ICICI ବ୍ୟାଙ୍କର ଲୋକଙ୍କ ପାଇଁ ବଡ଼ ଖବର: ଆଗୁଆ ଜାଣିରଖନ୍ତୁ, ନଚେତ୍…

ନୂଆଦିଲ୍ଲୀ: ସେପ୍ଟେମ୍ବର ପରେ ଅକ୍ଟୋବର ମାସ ମଧ୍ୟ ବିତିବାକୁ ଯାଉଛି । ଏହି ୨ ମାସ ଭିତରେ ଗୋଟିଏ ଗୋଟିଏ ପର୍ବ-ପର୍ବାଣି ଯୋଗୁଁ ଅନେକ ଛୁଟି ରହିଥିଲା । କିନ୍ତୁ ନଭେମ୍ବରରେ ମାତ୍ର ୧୦ ଦିନ ଏପରି ରହିଛି, ଯେଉଁଥିରେ ସରକାରୀ ଏବଂ ବେସରକାରୀ ବ୍ୟାଙ୍କଗୁଡିକ ଛୁଟି ରହିବ । ପ୍ରତ୍ୟେକ ମାସ ପରି, ଏଥର ନଭେମ୍ବରରେ ଶନିବାର ଏବଂ ରବିବାର ଭଳି ସାପ୍ତାହିକ ଛୁଟି ରହିବ ।

ନଭେମ୍ବରରେ ମୋଟ ୧୦ ଟି ଛୁଟି ରହିବ :-
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ଗାଇଡଲାଇନ ଅନୁଯାୟୀ, ସମସ୍ତ ପବ୍ଲିକ ହଲିଡେ ଦିନ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଏହି ସମୟରେ, କିଛି ନିର୍ଦ୍ଦିଷ୍ଟ କ୍ଷେତ୍ର ଅନୁଯାୟୀ ଛୁଟିଦିନ ରହିବ । ଆଞ୍ଚଳିକ ଛୁଟିଗୁଡିକ ସଂପୃକ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିର କରାଯାଏ । ନଭେମ୍ବର ୨୦୨୨ ରେ ସମୁଦାୟ ୧୦ ଟି ଛୁଟି ହେବ । ପ୍ରଥମ ଛୁଟି ନଭେମ୍ବର ୧ ରେ କନ୍ନଡ ରାଜୋତ୍ସବ / କୁଟ ଭାବରେ ହେବ ।

ଆରବିଆଇର ଗାଇଡଲାଇନ୍ ଅନୁଯାୟୀ ରବିବାର ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଆହୁରି ମଧ୍ୟ, ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ମଧ୍ୟ ବ୍ୟାଙ୍କ ଛୁଟି ହେବ । ଚାରି ରବିବାର, ଦୁଇ ଶନିବାର ବ୍ୟତୀତ ନଭେମ୍ବର ୧, ୮, ୧୧ ଏବଂ ୨୩ ରେ ଛୁଟିଦିନ ହେବ । ଆସନ୍ତୁ ଜାଣିବା ଏହି ମାସରେ ପଡୁଥିବା ଛୁଟିଦିନ ବିଷୟରେ …

ନଭେମ୍ବରରେ ବ୍ୟାଙ୍କ ଛୁଟିଦିନର ତାଲିକା :-

୧. ୧ ନଭେମ୍ବର ୨୦୨୨ —- ମଙ୍ଗଳବାର ——- କନ୍ନଡ ରାଜ୍ୟୋତ୍ସଭା ——- କର୍ଣ୍ଣାଟକ ଏବଂ ମଣିପୁର ।
୨. ୬ ନଭେମ୍ବର ୨୦୨୨ —– ରବିବାର ——- ସାପ୍ତାହିକ ଛୁଟି ——- ସାରା ଦେଶରେ ।
୩. ୮ ନଭେମ୍ବର ୨୦୨୨ —- ମଙ୍ଗଳବାର ——- ଗୁରୁ ନାନକ ଜୟନ୍ତୀ / କାର୍ତ୍ତିକ ପୂର୍ଣ୍ଣିମା ——- ଅଧିକାଂଶ ରାଜ୍ୟରେ ଛୁଟିଦିନ ।
୪. ୧୧ ନଭେମ୍ବର ୨୦୨୨ —- ଶୁକ୍ରବାର ——- କନକଦାର ଜୟନ୍ତୀ ——- କର୍ଣ୍ଣାଟକ ଏବଂ ମେଘାଳୟ ।
୫. ୧୨ ନଭେମ୍ବର ୨୦୨୨ —– ଶନିବାର ——- ସାପ୍ତାହିକ ଛୁଟି ——- ଦେଶବ୍ୟାପୀ ।
୬. ୧୩ ନଭେମ୍ବର ୨୦୨୨ —– ରବିବାର ——- ସାପ୍ତାହିକ ଛୁଟି ——- ଦେଶବ୍ୟାପୀ ।
୭. ୨୦ ନଭେମ୍ବର ୨୦୨୨ —- ରବିବାର ——- ସାପ୍ତାହିକ ଛୁଟି ——- ଦେଶବ୍ୟାପୀ ।
୮. ୨୩ ନଭେମ୍ବର ୨୦୨୨ —- ବୁଧବାର —— ସେଙ୍ଗ କୁଟ୍ ସାନେମ୍ ——- ମେଘାଳୟରେ ।
୯. ୨୬ ନଭେମ୍ବର ୨୦୨୨ —– ଶନିବାର ——- ସାପ୍ତାହିକ ଛୁଟି ——- ଦେଶବ୍ୟାପୀ ।
୧୦. ୨୭ ନଭେମ୍ବର ୨୦୨୨ —- ରବିବାର ——- ସାପ୍ତାହିକ ଛୁଟି ——- ସାରା ଦେଶରେ ।

Get real time updates directly on you device, subscribe now.