ଋଣ ଶସ୍ତା କଲା ଏସବିଆଇ, ଜାଣନ୍ତୁ କେତେ କମ୍ ସୁଧରେ ନେଇପାରିବେ Loan

ମୁମ୍ୱାଇ: ଋଣ ନେବାକୁ ପ୍ରସ୍ତୁତ ହେଉଥିବା ଲୋକଙ୍କ ପାଇଁ ଖୁସି ଖବର । ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ ବିଆଇ) ସୀମିତ ସମୟ ପାଇଁ ସୁଧ ହାର ହ୍ରାସ ଘୋଷଣା କରିଛି। ଅକ୍ଟୋବର ୧୫ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଋଣଧାରୀଙ୍କ ପାଇଁ ଏମସିଏଲଆର ହ୍ରାସ କରିବାକୁ ବ୍ୟାଙ୍କ ଘୋଷଣା କରିଛି।

ଏସବିଆଇ ଏହି ସମୟ ମଧ୍ୟରେ ଋଣ ଉପରେ ଏମସିଏଲଆର ସୁଧ ହାରକୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଥିବା ବେଳେ ଅନ୍ୟାନ୍ୟ ସୁଧ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ । ନୂଆ ଦର ଆଜିଠାରୁ ଲାଗୁ ହୋଇଛି। ଏମସିଏଲଆର ଭିତ୍ତିକ ଦର ୮.୨୦%ରୁ ୯.୧% ମଧ୍ୟରେ ଆଡଜଷ୍ଟ କରାଯାଇଛି।

ରାତାରାତି ଏମ୍ସିଏଲ୍ଆର୍ ୮.୨୦% ଥିବା ବେଳେ ଏକ ମାସର ହାର ୮.୪୫%ରୁ ୮.୨୦%କୁ ହ୍ରାସ ପାଇଛି। ୬ ମାସର ଏମ୍ ସିଏଲ୍ ଆର୍ ୮.୮୫% ଧାର୍ଯ୍ୟ କରାଯାଇଛି। ଏକ ବର୍ଷର ଏମସିଏଲଆରକୁ ୮.୯୫% କୁ ସଂଶୋଧନ କରାଯାଇଛି। ଦୁଇ ବର୍ଷର ଏମ୍ ସିଏଲ୍ ଆର୍ ୯.୦୫% ଓ ତିନି ବର୍ଷର ଏମ୍ ସିଏଲ୍ ଆର୍ ୯.୧% ରହିଛି।

 

 

 

 

 

 

ବ୍ୟାଙ୍କ ଦ୍ୱାରା ଋଣ ହାରକୁ ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡ ଆଧାରିତ ଋଣ ହାର (ଏମସିଏଲଆର) କୁହାଯାଏ । ଏସବିଆଇ ଗୃହ ଋଣ ବାହ୍ୟ ବେଞ୍ଚମାର୍କ ଋଣ ହାର (ଇବିଏଲଆର) ୯.୧୫% ରହିଛି । ଆରବିଆଇ ରେପୋ ରେଟ୍ ୬.୫୦+ ସ୍ପ୍ରେଡ୍ (୨.୬୫%) ରହିଛି। ଋଣଧାରୀଙ୍କ ସିବିଆଇଏଲ୍ ସ୍କୋର ଉପରେ ନିର୍ଭର କରି ଗୃହ ଋଣ ଉପରେ ସୁଧ ହାର ୮.୫୦% ରୁ ୯.୬୫% ମଧ୍ୟରେ ହୋଇପାରେ ।

Get real time updates directly on you device, subscribe now.