fbpx

ପ୍ରକାଶ ପାଇଲା SBI PO prelimsର ରେଜଲ୍ଟ: ଲିଷ୍ଟରେ ଦେଖନ୍ତୁ ଆପଣଙ୍କ ନାଁ

Advertisement

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପ୍ରୋବେସନାରୀ ଅଫିସର ପ୍ରାଥମିକ ପରୀକ୍ଷା ୨୦୨୨ ର ରେଜଲ୍ଟ ଘୋଷଣା କରିଛି । ଏସବିଆଇ ପିଓ ପ୍ରିଲିମ୍ସ ପରୀକ୍ଷା ୧୭ ରୁ ୨୦ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ କରାଯାଇଥିଲା ।

ଏହି ପରୀକ୍ଷା ମାଧ୍ୟମରେ ୧୬୭୩ ପ୍ରୋବେସନାରୀ ଅଫିସର ପଦ ପୂରଣ କରିବାକୁ ଏସବିଆଇ ପିଓ ନିଯୁକ୍ତି ଡ୍ରାଇଭ୍ ଚାଲିଛି । ପ୍ରାଥମିକ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନେ ବର୍ତ୍ତମାନ ମେନ୍ ପରୀକ୍ଷାରେ ହାଜର ହେବାକୁ ଯୋଗ୍ୟ ।

ଏସବିଆଇ ପିଓ ପ୍ରିଲିମ୍ସ ପରୀକ୍ଷାରେ ହାଜର ହୋଇଥିବା ପ୍ରାର୍ଥୀମାନେ ସେମାନଙ୍କର ରେଜଲ୍ଟକୁ ଏସବିଆଇ କ୍ୟାରିୟର ପୋର୍ଟାଲ୍ sbi.co.in/web/careersରେ ଅନଲାଇନରେ ଯାଞ୍ଚ କରିପାରିବେ । ରେଜଲ୍ଟ ଯାଞ୍ଚ କରିବାକୁ ପ୍ରାର୍ଥୀମାନଙ୍କୁ ନିମ୍ନରେ ଦିଆଯାଇଥିବା ଟେପଗୁଡ଼ିକୁ ଅନୁସରଣ କରିବାକୁ ପଡିବ ।

– ସର୍ବପ୍ରଥମେ ଏସବିଆଇର କ୍ୟାରିଅର ପେଜ୍ sbi.co.in/web/careers/current-openingsକୁ ଯାଆନ୍ତୁ ।

– ସେଠାରେ ପ୍ରୋବେସନାରୀ ଅଫିସର୍ ବିଭାଗ ଅଧୀନରେ ‘ରେଜଲ୍ଡ ଲିଙ୍କ୍’ ଉପରେ କ୍ଲିକ୍ କରନ୍ତୁ ।

– ଲଗଇନ୍ କରିବା ପାଇଁ ଆପଣଙ୍କର ପଞ୍ଜୀକରଣ ନମ୍ବର / ରୋଲ୍ ନମ୍ବର, ଜନ୍ମ ତାରିଖ ଏଣ୍ଟର କରନ୍ତୁ ।

– ସ୍କ୍ରିନରେ ଏସବିଆଇ ପ୍ରିଲିମ୍ସ ରେଜଲ୍ଟ ଦେଖାଯିବ ।

– ଏହାକୁ ଡାଉନଲୋଡ୍ କରନ୍ତୁ ଏବଂ ଭବିଷ୍ୟତର ପ୍ରମାଣ ପାଇଁ ଏକ ପ୍ରିଣ୍ଟଆଉଟ୍ ନିଅନ୍ତୁ ।

ଜାନୁଆରୀ ୩୦ ରେ ହେବ ମେନ୍ ପରୀକ୍ଷା :-
ଅଧିକାରୀମାନେ ଖୁବ୍ ଶୀଘ୍ର ଏସବିଆଇ ପିଓ ମେନ୍ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରିବେ । ଏସବିଆଇ ପିଓ ମେନ୍ ପରୀକ୍ଷା ୩୦ ଜାନୁୟାରୀ ୨୦୨୩ ରେ ଅନୁଷ୍ଠିତ ହେବ । ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟକୁ ଯାଇ ଦେଖିପାରିବେ ।

Get real time updates directly on you device, subscribe now.