fbpx

ଦ୍ୱିତୀୟ ଲହର ପରି ଭୟଙ୍କର ହୋଇପାରେ ତୃତୀୟ ଲହର: ଏସବିଆଇ ରିପୋର୍ଟ

Advertisement

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରର ପ୍ରକୋପ ଥମିନଥିବାବେଳେ ଏବେ ତୃତୀୟ ଲହରକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ରିପୋର୍ଟରେ କହିଛି ଯେ ଦ୍ୱିତୀୟ ଲହର ପରି ତୃତୀୟ ଲହର ମଧ୍ୟ ଭୟଙ୍କର ହୋଇପାରେ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ତୃତୀୟ ଲହର ପ୍ରାୟ ତିନି ମାସରୁ ଅଧିକ ରହିପାରେ ।

ଏସବିଆଇର Ecowrap ରିପୋର୍ଟରେ ଆକଳନ କରିଛି ଉଚିତ୍ ପ୍ରସ୍ତୁତି ସହ ମହାମାରୀରେ ହେଉଥିବା ମୃତ୍ୟୁକୁ ରୋକାଯାଇପାରିବେ । ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଅନ୍ୟ ଦେଶମାନଙ୍କରେ କରୋନାର ଦ୍ୱିତୀୟ ଲହର ପ୍ରାୟ ୧୦୮ ଦିନ ଏବଂ ତୃତୀୟ ଲହର ୯୮ ଦିନ ପର୍ଯ୍ୟନ୍ତ ରହିଥିଲା ।
ଏସବିଆଇର ରିପୋର୍ଟ ଏହି ସମୟରେ ଆସିଛି ଯେଉଁ ସମୟରେ ଦେଶ ତୃତୀୟ ଲହରର ପ୍ରସ୍ତୁତି କରୁଛି । ଗୋଟିଏ ପଟେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି ଏହା ସହ ମେଡିକାଲ ଉପକରଣ ମଧ୍ୟ କିଣାଯାଇଛି । ଦ୍ୱି୍ତୀୟ ଲହର ପ୍ରଭାବରେ ଗୋଟିଏ ମାସରେ ୯୦.୩ ଲକ୍ଷ କରୋନା ମାମଲା ପଞ୍ଜୀକୃତ ହୋଇଥିଲା । ତେବେ କିଛି ଦିନ ମଧ୍ୟରେ ଦେଶରେ କରୋନା ମାମଲାରେ ସୁଧାର ଆସିଛି ।

ତୃତୀୟ ଲହରରେ ପିଲାଙ୍କ ଉପରେ କରୋନା ପ୍ରଭାବକୁ ନେଇ ଚର୍ଚ୍ଚା ହେଉଛି । ନିତି ଆୟୋଗ ସଦସ୍ୟ ଭିକେ ପଲ କହିଛନ୍ତି ଯଦି କରୋନା ଭାଇରସ ଏହାର ରୂପ ପରିବର୍ତ୍ତନ କରେ ତେବେ ପିଲାଙ୍କ ଉପରେ ଏହାର ପ୍ରଭାବ ପଡିପାରେ । ସେ କହିଛନ୍ତି ପିଲାଙ୍କ ଉପରେ କରୋନା ପ୍ରଭାବକୁ ନେଇ ସରକାର ନଜର ରଖିଛନ୍ତି । ସେ ଆହୁରି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପିଲାଙ୍କୁ ଟିକା ଦେବା ନେଇ ବିଚାର କରୁଛି । ଏହାକୁ ନେଇ ଏକ ଏକ୍ସପର୍ଟ କମିଟି ଗଠନ କରାଯାଇଛି ଏବଂ ଖୁବ ଶୀଘ୍ର ନୂତନ ନିର୍ଦ୍ଦେଶାବଳୀ ଜାରି କରାଯିବ ।

Get real time updates directly on you device, subscribe now.