SBIର ସ୍ପେଶାଲ ସ୍କିମରେ ନିବେଶ କରିବା ପାଇଁ ରହିଲା ମାତ୍ର ଏତିକି ଦିନ, ୭.୨୫% ମିଳିବ ସୁଧ

ଯଦି ଆପଣ ବିନା ରିସ୍କରେ ଭଲ ସୁଧ ପାଇବାକୁ ଚାହୁଁଛନ୍ତି ତେବେ ଏସବିଆଇର ସ୍ପେଶାଲ ଏଫଡି ସ୍କିମରେ ନିବେଶ କରନ୍ତୁ, ଆଉ ମାତ୍ର ରହିଲା ଏତିକି ଦିନ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ଦୁଇଟି ସ୍ପେଶାଲ ଏଫଡି ସ୍କିମ ଜାରି କରିଛି । ଏସବିଆଇ ଅମୃତ ବୃଷ୍ଟି ଏବଂ ଏସବିଆଇ ଅମୃତ କଳସ ।

ଏହି ଦୁଇଟି ସ୍କିମ ଲିମିଟେଡ ଟାଇମ ପାଇଁ ଅଛି ଏବଂ ନିବେଶକଙ୍କୁ ଆକର୍ଷଣୀୟ ସୁଧ ପ୍ରଦାନ କରୁଛି । ଆସନ୍ତୁ ଜାଣିବା ଏହି ବିଷୟରେ..

ଏସବିଆଇ ଅମୃତ ବୃଷ୍ଟି: ଏସବିଆଇର ଏହି ସ୍ପେଶାଲ ଏଫଡିର ଅବଧି ୪୪୪ ଦିନର ଏବଂ ଏଥିରେ ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ସୁଧ ଦର ଭିନ୍ନ । ସାଧାରଣ ନାଗରିକଙ୍କ ପାଇଁ ବାର୍ଷିକ ସୁଧ ହାର ୭.୨୫% ।

ବରିଷ୍ଠ ନାଗରିକଙ୍କ ପାଇଁ ବାର୍ଷିକ ସୁଧ ହାର ୭.୭୫% । ଏଥିରେ ନିବେଶ କରିବାର ଶେଷ ତାରିଖ ମାର୍ଚ୍ଚ ୩୧, ୨୦୨୫ । ନିବେଶକ ଏଥିରେ ଅନଲାଇନ ବା ଅଫଲାଇନ ଦୁଇଟି ଉପାୟରେ ନିବେଶ କରିପାରିବେ ।

ଯଦି କୌଣସି ବରିଷ୍ଠ ନାଗରିକ ଏହି ଯୋଜନାରେ ୫,୦୦,୦୦୦ ନିବେଶ କରେ, ତେବେ ୪୪୪ ଦିନ ପରେ ତାକୁ ହାରାହାରି ୫,୪୭,୯୪୫ ଟଙ୍କା ମିଳିବ । ଏଥିରେ ୪୭,୯୪୫ ର ସୁଧ ସାମିଲ ହେବ ।

ଏସବିଆଇ ଅମୃତ କଳସ: ଏସବିଆଇର ଏହି ସ୍ପେଶାଲ ଏଫଡି ସ୍କିମ ୪୦୦ ଦିନ ପାଇଁ ଏବଂ ଏଥିରେ ମଧ୍ୟ ସୁଧ ହାର ଭିନ୍ନ ଭିନ୍ନ ଅଟେ । ସାଧାରଣ ନାଗରିକଙ୍କ ପାଇଁ ଏଥିରେ ବାର୍ଷିକ ସୁଧ ହାର ୭.୧୦% ମିଳିବ ।

ଏଥିରେ ନିବେଶ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୫ । ଯଦି କୌଣସି ସାଧାରଣ ନାଗରିକ ଏହି ଯୋଜନାରେ ୫,୦୦,୦୦୦ ଟଙ୍କା ନିବେଶ କରନ୍ତି ତେବେ ମାତ୍ର ୪୦୦ ଦିନ ପରେ ଆପଣଙ୍କୁ ହାରାହାରି ୫,୩୮,୦୮୨ ଟଙ୍କା ମିଳିବ । ଏଥିରେ ୩୮,୦୮୨ର ସୁଧ ମିଳିବ ।