fbpx

SBI ଗ୍ରାହକଙ୍କ ପାଇଁ ଖୁସି ଖବର; ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ IMPS ଟ୍ରାନ୍ସଫର ଉପରେ ଲାଗିବନି ଚାର୍ଜ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ନୂଆବର୍ଷରେ ଗ୍ରାହକମାନଙ୍କୁ ବଡ଼ ଉପହାର ଦେଇଛି । ନେଟ୍ ବ୍ୟାଙ୍କିଙ୍ଗ ବା ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ IMPS ଟ୍ରାନ୍ସଫର ଉପରେ ଏବେ କୌଣସି ଚାର୍ଜ ଲାଗିବ ନାହିଁ । କିନ୍ତୁ ବ୍ରାଞ୍ଚରୁ IMPS ଟ୍ରାନ୍ସଫର ବିନା ଚାର୍ଜରେ ହେବ ନାହିଁ ।

ଏସବିଆଇ ଏକ ବୟାନରେ କହିଛନ୍ତି ଯେ, ବ୍ରାଞ୍ଚ ଯାଇ IMPS ମାଧ୍ୟମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାନ୍ସଫର ଉପରେ ଚାର୍ଜ ଜାରି ରହିବ । ବ୍ରାଞ୍ଚରୁ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ IMPS ଟ୍ରାନ୍ସଫର ଉପରେ ୨୦ ଟଙ୍କା ପ୍ଲସ ଜିଏସଟି ଦେବାକୁ ପଡିବ । ଏହା ୨୦୨୨ ଫେବ୍ରୁଆରୀ ୧ରୁ ଲାଗୁ ହେବ । କିନ୍ତୁ ମୋବାଇଲ ବ୍ୟାଙ୍କିଙ୍ଗ ବା ୟୋନୋ ଆପରୁ ୫ ଲକ୍ଷ ପର୍ଯ୍ୟନ୍ତ IMPS ଟ୍ରାନ୍ସଫର ଉପରେ ବ୍ୟାଙ୍କ କୌଣସି ଚାର୍ଜ ନେବନାହିଁ ।

ତେବେ ଏସବିଆଇ ବ୍ୟାଞ୍ଚରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ IMPS ଟ୍ରାନ୍ସଫର ଉପରେ କୌଣସି ଚାର୍ଜ ନେଉନାହିଁ । ୧ ହଜାରରୁ ୧୦ ହଜାର ଟଙ୍କା ଉପରେ ୨ ଟଙ୍କା ପ୍ଲସ ଜିଏସଟି, ୧୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାନ୍ସଫର ଉପରେ ୪ ଟଙ୍କା ପ୍ଲସ ଜିଏସଟି ଓ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାନ୍ସଫର ଉପରେ ୧୨ ଟଙ୍କା ପ୍ଲସ ଜିଏସଟି ଚାର୍ଜ ନେଉଛି ବ୍ୟାଙ୍କ । ୨୦୨୧ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆରବିଆଇ IMPS ମାଧ୍ୟମରେ କାରବାର ହେଉଥିବାର ରାଶିର ସୀମାକୁ ୨ ଲକ୍ଷରୁ ବଢ଼ାଇ ୫ ଲକ୍ଷ ଟଙ୍କା କରିଥିଲା ।

IMPS କ’ଣ?
IMPS ଅର୍ଥାତ୍ ଏହାକୁ ଇମିଡିଏଟ୍ ମୋବାଇଲ ପେମେଣ୍ଟ ସର୍ଭିସ କହନ୍ତି । IMPS ବ୍ୟାଙ୍କ ଦ୍ୱାରା ଦିଆଯାଉଥିବା ଏକ ଲୋକପ୍ରିୟ ପେମେଣ୍ଟ ସେବା, ଯାହାକୁ ରିଅଲ ଟାଇମରେ ଇଣ୍ଟର ବ୍ୟାଙ୍କ ଫଣ୍ଡ ଟ୍ରାନ୍ସଫର କରିବାକୁ ଅନୁମତି ମିଳିଥାଏ । ଏହା 24 X 7 ଉପଲବ୍ଧ ହୋଇଥାଏ, ଯେଉଁଥିରେ ରବିବାର ଓ ଛୁଟିଦିନ ବି ସାମିଲ ହୋଇଥାଏ ।

Get real time updates directly on you device, subscribe now.