fbpx

ଲଖିମପୁର ହିଂସା: ୟୁପି ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା, ଯୋଗୀ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ହିଂସାକୁ ନେଇ ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି ଶୁଣାଣି । ଏହି ମାମଲାରେ ଉତ୍ତରପ୍ରଦେଶ ସରକାରଙ୍କ ଆଭିମୁଖ୍ୟକୁ ନାପସନ୍ଦ କରିବା ସହ ବର୍ଷିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି । ଘଟଣାର ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ସହ ଅନ୍ୟ କୌଣସି ସଂସ୍ଥାକୁ ତଦନ୍ତ ଦାୟିତ୍ୱ ଦେବାକୁ କହିଛନ୍ତି କୋର୍ଟ । ଅନ୍ୟ ସଂସ୍ଥା ତଦନ୍ତ ଦାୟିତ୍ୱ ନେବା ଯାଏଁ ସାକ୍ଷ୍ୟ, ଦସ୍ତାବିଜର ସଂରକ୍ଷଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାକ୍ଷ୍ୟ ପ୍ରମାଣ, ଦସ୍ତାବିଜ ଉଚିତ୍ ସଂରକ୍ଷଣ ନେଇ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟ ସରକାର ତାଙ୍କ ଡିଜିପିଙ୍କୁ ନିର୍ଦ୍ଦେଶ କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଅନ୍ୟପଟେ ଏହି ମାମଲାକୁ ନେି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ବୟାନ ଦେଇଛନ୍ତି । ଏହି ଘଟଣାକୁ ସେ ଅତି ଦୁଃଖଦ ଓ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘ଲୋକତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଆଇନ ସମସ୍ତଙ୍କ ପାଇଁ ସମାନ । ଉପଯୁକ୍ତ ପ୍ରମାଣ ସହିତ ହିଁ ଗିରଫ କରାଯାଏ ବୋଲି ହାଇକୋର୍ଟଙ୍କ ରୁଲିଂରେ ରହିଛି । କେବଳ ଅଭିଯୋଗ ଆଧାରରେ କାହାକୁ ବି ଗିରଫ କରାଯିବ ନାହିଁ । ପ୍ରମାଣ ମିଳିବା ପରେ ଗିରଫର ପ୍ରକ୍ରିୟା ଆରମ୍ଭ ହେବ, ସେ ତେଣିକି ବିଜେପି ବିଧାୟକ ହୁଅନ୍ତୁ ବା ବିରୋଧୀ ନେତା ।’

Get real time updates directly on you device, subscribe now.