fbpx

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: SC-ST ଶ୍ରେଣୀଙ୍କୁ ରାଜ୍ୟମାନେ ଉପ-ବର୍ଗୀକୃତ କରିପାରିବେ

ନୂଆଦିଲ୍ଲୀ: ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି)ଙ୍କୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ଏସସି-ଏସଟି ଶ୍ରେଣୀଙ୍କୁ ରାଜ୍ୟମାନେ ଉପ-ବର୍ଗୀକୃତ କରିପାରିବେ । ୭ ଜଣ ବିଚାରପତିଙ୍କୁ ନେଇ ଗଠିତ ଏହି ସମ୍ବିଧାନ ପୀଠରେ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ଜଷ୍ଟିସ ବି.ଆର ଗବଈ, ବିକ୍ରମ ନାଥ, ଜଷ୍ଟିସ ବେଲା ଏମ. ତ୍ରିବେଦୀ, ଜଷ୍ଟିସ ପଙ୍କଜ ମିଥଲ, ଜଷ୍ଟିସ ମନୋଜ ମିଶ୍ରା ଓ ଜଷ୍ଟି ସତୀଶ ଚନ୍ଦ୍ର ଶର୍ମା ସାମିଲ ଥିଲେ । ସର୍ବୋଚ୍ଚ ଅଦାଲତଙ୍କ ଏହି ଐତିହାସିକ ନିଷ୍ପତ୍ତି କ୍ରମେ ଏସ-ଏସଟି ଶ୍ରେଣୀଙ୍କୁ ସବ-କ୍ୟାଟେଗୋରୀରେ ସଂରକ୍ଷଣ ଦିଆଯାଇପାରିବ ।

ଏସସି-ଏସଟି ଶ୍ରେଣୀଙ୍କ ମଧ୍ୟରେ ଉପ-ବର୍ଗୀକରଣର ବୈଧତା ଉପରେ ଆଜି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି । ଏସସି ଓ ଏସଟି ଜନଜାତିରେ ଉପ-ବର୍ଗୀକରଣ ପାଇଁ କୋର୍ଟ ରାଜ୍ୟମାନଙ୍କୁ ଅନୁମତି ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ୭ ଜଣ ଜଜଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଥିଲେ । ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ପୀଠ ଏସସି ଓ ଏସଟି ଜନଜାତି ଶ୍ରେଣୀଙ୍କ ପାଇଁ ଉପ-ବର୍ଗୀକରଣ କରାଯାଇ ପାରିବ ବୋଲି ରାୟ ଶୁଣାଇଛନ୍ତି ।

୬ ଜଣ ବିଚାରପତିଙ୍କ ରାୟ ସମାନ ରହିଥିବା ବେଳେ ଜଷ୍ଟିସ ବେଲା ଏମ.ତ୍ରିବେଦୀ ଏନେଇ ଅସହମତି ପ୍ରକାଶ କରିଥିବା ମୁଖ୍ୟ ବିଚାରପତି କହିଥିଲେ । ୫-ନ୍ୟାୟାଧୀଶଙ୍କ ପୀଠ ୨୦୨୦ର ପଞ୍ଜାବ ରାଜ୍ୟ ବନାମ ଦବିନ୍ଦର ସିଂହ ମାମଲାକୁ ୭-ନ୍ୟାୟାଧୀଙ୍କ ପୀଠଙ୍କ ନିକଟକୁ ପଠାଇଥିଲେ । ୫-ନ୍ୟାୟାଧୀନଙ୍କ ପୀଠ କହିଥିଲେ, ଈ.ଭି. ଚିନ୍ନୈୟା ବନାମ ଆନ୍ଧ୍ର ପ୍ରଦେଶ ରାଜ୍ୟ, (୨୦୦୫) ୧ ଏସସୀସୀ ୩୯୪ରେ ସମନ୍ୱୟ ପୀଠର ନିଷ୍ପତ୍ତିକୁ ପୁନବିର୍ଚାର କରିବାର ଆବଶ୍ୟକତା ରହିଛି । ଉପ-ବର୍ଗୀକରଣର ଅନୁମତି ପାଇଁ ବୋଲି ସମନ୍ୱୟ ପୀଠ ନିଷ୍ପତ୍ତି ଶୁଣାଇଥିଲେ ।

Get real time updates directly on you device, subscribe now.