ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର ଏବଂ ଆପଣଙ୍କ ପାଖକୁ ୟୁଟ୍ୟୁବ ସିଇଓ ନୀଲ ମୋହନଙ୍କ ଏକ ଭିଡିଓ ଆସିଛି, ତେବେ ସାବଧାନ୍ ହୋଇଯାଆନ୍ତୁ । କ୍ରିଏଟରମାନଙ୍କୁ କମ୍ପାନୀ ଆଲର୍ଟ କରିଛି ଏବଂ କହିଛି ଯେ, ସ୍କାମରମାନେ କ୍ରିଏଟରମାନଙ୍କୁ ଫସାଇବା ପାଇଁ ନୀଲ ମୋହନଙ୍କ ଏଆଇ-ଜେନେରେଟେଡ୍ ଭିଡିଓ ବ୍ୟବହାର କରୁଛନ୍ତି । ଏପରି କୌଣସି ଭିଡିଓକୁ ବିଶ୍ୱାସ କରନ୍ତୁ ନାହିଁ ଏବଂ ଏଥିରେ ଦିଆଯାଇଥିବା କୌଣସି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ ବୋଲି କମ୍ପାନୀ ପରାମର୍ଶ ଦେଇଛି ।
ଭିଡିଓକୁ କ୍ରିଏଟରଙ୍କ ସହ ବ୍ୟକ୍ତିଗତ ଭାବରେ ସେୟାର୍ କରାଯାଉଛି :
ୟୁଟ୍ୟୁବ୍ କହିଛି ଯେ, ଠକମାନେ ଏହି ଭିଡିଓକୁ ବ୍ୟକ୍ତିଗତ ଭାବରେ ସେୟାର କରୁଛନ୍ତି । ଏହି ଭିଡିଓରେ, ମନିଟାଇଜେସନ୍ ପଲିସି ବିଷୟରେ ନକଲି ଦାବି କରାଯାଉଛି ।
ପ୍ରକୃତରେ ସ୍କାମରମାନେ ଏହି ଭିଡିଓ ମାଧ୍ୟମରେ କ୍ରିଏଟରଙ୍କ ବ୍ୟକ୍ତିଗତ ସୂଚନା ଚୋରି କରିବାକୁ ଏବଂ ସେମାନଙ୍କ ଟଙ୍କା ଲୁଟିବାକୁ ଚେଷ୍ଟା କରୁଛନ୍ତି । କମ୍ପାନୀ କହିଛି ଯେ, ଏଆଇ ଦ୍ୱାରା ସୃଷ୍ଟି ହୋଇଥିବା ଏହି ନକଲି ଭିଡିଓରେ ନୀଲ ମୋହନଙ୍କୁ ମନିଟାଇଜେସନ୍ ପଲିସିରେ ପରିବର୍ତ୍ତନ ବିଷୟରେ କଥା ହେଉଥିବା ଦେଖାଯାଇଛି ।
ଏହା ଏକ ଫିସିଂ ସ୍କାମ୍ ଏବଂ ଏଥିରେ କ୍ଲିକ୍ କରିବାରୁ ଦୂରେଇ ରୁହନ୍ତୁ । ଲିଙ୍କ୍ ଉପରେ କ୍ଲିକ୍ କରିବା ଦ୍ୱାରା ଡିଭାଇସରେ ମାଲୱେର୍ ଇନଷ୍ଟଲ୍ ହୋଇପାରେ କିମ୍ବା ସ୍କାମରମାନଙ୍କ ସମ୍ମୁଖରେ କ୍ରିଏଟରଙ୍କ ବ୍ୟକ୍ତିଗତ ସୂଚନା ପ୍ରକାଶ ପାଇପାରେ ।