fbpx

Whatsappରେ ମଗାଇଲେ ୩୬୦ ଟଙ୍କାର ବିୟର: କିନ୍ତୁ ଆକାଉଣ୍ଟରୁ କଟିଗଲା ୪୪ ହଜାର ଟଙ୍କା

ନୂଆଦିଲ୍ଲୀ: ଇଣ୍ଟରନେଟ ଏବଂ ସ୍ମାର୍ଟଫୋନ ୟୁଜରଙ୍କୁ ଲୁଟ କରିବା ପାଇଁ ବିଭିନ୍ନ ଉପାୟ ଖୋଜି ବାହାର କରୁଛନ୍ତି । ତେବେ ସେମାନଙ୍କର ସବୁଠୁ ବଡ ପ୍ଲାଟଫର୍ମ ସାଜିଛି ସୋସିଆଲ ମିଡିଆ । ତେବେ ବର୍ତ୍ତମାନ ଲୋକପ୍ରିୟ ମେସେଜିଙ୍ଗ ଆପ୍ ହ୍ୱାଟ୍ସଆପରେ ମାତିଛନ୍ତି ଏହି ସ୍କାମର୍ସ । ମୁମ୍ବାଇରୁ ଏମିତି ଏକ ଘଟଣା ଏବେ ସାମନାକୁ ଆସିଛି । ଏଥର ସ୍କାମର୍ସଙ୍କ ଟାର୍ଗେଟରେ ଫସିଛନ୍ତି ଜଣେ ଆଇନଜୀବୀ । ହ୍ୱାଟ୍ସଆପ ସ୍କାମର ଶିକାର ହେବା ପରେ ସେ ଅନ୍ୟ ୟୁଜରମାନଙ୍କୁ ଏଥିରୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

ସୂଚନା ଅନୁସାରେ, ବ୍ୟକ୍ତି ଜଣକ ହ୍ୱାଟ୍ସଆପ ଜରିଆରେ ୨ଟି ବିୟର ବୋତଲ ମଗାଇଥିଲେ । କିନ୍ତୁ ଏହା ବଦଳରେ ତାଙ୍କ ଆକାଉଣ୍ଟରୁ ହଜାର ହଜାର ଟଙ୍କା ଗାଏବ ହୋଇଯାଇଛି । ଏହା ସହିତ ତାଙ୍କ ପାଖକୁ କୌଣସି ବିୟର ମଧ୍ୟ ଆସିନଥିଲା । ତେବେ ସବୁଠୁ ବଡ ଆଶ୍ଚର୍ଯ୍ୟର ଘଟଣା ହେଉଛି ସେ ମଗାଇଥିବା ବିୟରର ମୂଲ୍ୟ ମାତ୍ର ୩୬୦ଟଙ୍କା ହୋଇଥିବା ବେଳେ ତାଙ୍କ ଆକାଉଣ୍ଟରୁ ପ୍ରାୟ ୪୪ ହଜାର ୭୮୨ ଟଙ୍କା ଲୁଟି ନେଇଛନ୍ତି ସ୍କାମର୍ସ । ବିୟର ମଗାଇବା ପାଇଁ ବ୍ୟକ୍ତିଜଣକ ନିକଟସ୍ଥ ଏକ ମଦ ଦୋକାନର ନମ୍ବର ସର୍ଚ୍ଚ କରିଥିଲେ । ପ୍ରଥମେ ଏହି ନମ୍ବରରେ ଫୋନ କରିବାରୁ କେହି ଉଠାଇ ନଥିଲେ । ଏବଂ ପରେ ଏହି ନମ୍ବରରୁ କଲ୍ ଆସିଥିଲା ଏବଂ ହ୍ୱାଟ୍ସଆପ କଲ୍ ଜରିଆରେ ଅନଲାଇନ ଅର୍ଡର ବିକଳ୍ପ ଦିଆଯାଇଥିଲା ।

ଏହାପରେ ବ୍ୟକ୍ତିଜଣକ ହ୍ୱାଟ୍ସଆପ ଜରିଆରେ ମଦ ମଗାଇବାରୁ ତାଙ୍କୁ ୩୬୦ ଟଙ୍କା ଦେବାକୁ କୁହାଯାଇଥିଲା । ଏକ କ୍ୟୁ.ଆର କୋଡ ପଠାଇ ଏଥିରେ ଟଙ୍କା ପଠାଇବାକୁ କହିଥିଲେ ସ୍କାମର୍ସ । ଏହାପରେ ବିଭିନ୍ନ କାରଣରୁ ଟଙ୍କା ମାଗିଥିଲେ । ତେବେ ଅଧିକ ଟଙ୍କା ଆକାଉଣ୍ଟରୁ କଟିଯିବାରୁ ଯେତେବେଳେ ପୀଡିତ ରିଫଣ୍ଡ ମାଗିଥିଲେ, ତାଙ୍କୁ ସେହି କ୍ୟୁ.ଆର କୋଡକୁ ପୁଣିଥରେ ସ୍କାନ କରିବାକୁ କହିଥଇଲେ ସ୍କାମର୍ସ । ସେ ଏହାକୁ ସ୍କାନ କରିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ଏକା ସାଙ୍ଗରେ ୪୪ ହଜାର ୭୮୨ ଟଙ୍କା ଗାଏବ ହୋଇଯାଇଛି । ତେବେ ଏମିତି ସ୍କାମ୍ ଘଟଣାର ଶିକାର ହେବା ପରେ ସେ ଅନ୍ୟ ୟୁଜରମାନଙ୍କୁ ଏଭଳି ଘଟଣାରୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.