fbpx

SCB କାଡିଓ ସର୍ଜରି ବିଭାଗରେ ବିରଳ ଅସ୍ତ୍ରୋପଚାର; ହୃତପିଣ୍ଡରୁ ବାହାରକଲେ ଛୁଞ୍ଚି

କଟକ: କଟକ SCB ମେଡିକାଲରେ ହେଲା ବିରଳ ଅସ୍ତ୍ରୋପଚାର । ହୃତପିଣ୍ଡରୁ ବାହାରିଲା ଛୁଞ୍ଚି । ଏସିବିର କାଡିଓ ଥୋରସିସ ଭାସ୍କଲ୍ଲାର ସର୍ଜରି ବିଭାଗ ପକ୍ଷରୁ ଏହି ବିରଳ ଅସ୍ତ୍ରୋପଚାର କରାଯାଇଛି । ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲାର ୫୧ ବର୍ଷ ବୟସ୍କ ନିବାସ ଶର୍ମାଙ୍କ ହୋଇଛି ଏହି ବିରଳ ଅସ୍ତ୍ରୋପଚାର । ତାଙ୍କ କହିବା ଅନୁସାରେ ସେ ଖଟ ଉପରେ ଶୋଇଥିବାବେଳେ ଛାତି ଭିତରେ ଏକ ଛୁଞ୍ଚି ପଶିଯାଇଥିଲା । ତାଙ୍କୁ ଛାତିରେ ଯନ୍ତ୍ରଣା ହେବାରୁ ପ୍ରଥମେ ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ପରେ ନିବାସଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏସିବି ମେଡିକାଲର କାଡିଓ ଥେରାସିସିର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଅସ୍ତ୍ରୋପଚାର ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ୧୦ ଜଣିଆ ଟିମ୍ ଏହି ଅସ୍ତ୍ରୋପଚାରରେ ସହଯୋଗ କରିଥିଲେ । ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ତାଙ୍କ ଛାତିରୁ ଛୁଞ୍ଚିକୁ ବାହାର କରାଯାଇଥିଲା। ଏବେ ନିବାସଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ରହିଛି।

Get real time updates directly on you device, subscribe now.