fbpx
BSKY
BJD SHG SKY
BJD YOUTH SKY

ସରକାର ବଢାଇଦେଲେ ସ୍କୁଲ ଛୁଟି ସମୟ, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ସ୍କୁଲ ଛୁଟି ସମୟ ବଢାଇ ଦିଆଯାଇଛି । ରାଜ୍ୟରେ ମୋଟ ୧.୫୦ ଲକ୍ଷରୁ ଅଧିକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ରହିଛି । ଏହି ସମସ୍ତ ସ୍କୁଲ ପୂର୍ବରୁ ୩୧ ଡିସେମ୍ବରରୁ ୧୪ ଜାନୁୟାରୀ ପର୍ଯ୍ୟନ୍ତ ଛୁଟି ଥିଲା । ୧୫ ଜାନୁୟାରୀରେ ମକର ସଂକ୍ରାନ୍ତି ଛୁଟି ଥିଲା । ଏହାପରେ ଆଉ ଦୁଇ ଦିନ ଅର୍ଥାତ୍ ୧୬ ଓ ୧୭ ଛୁଟି ଘୋଷଣା କରାଯାଇଛି । ଅତ୍ୟଧିକ ଥଣ୍ଡା ଓ ଘନ କୁହୁଡି କାରଣରୁ ୧୬ରେ ସ୍କୁଲ ଛୁଟୀ ଘୋଷଣା କରାଯାଇଥିବା ବେଳେ ୧୭ ତାରିଖରେ ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ କାରଣରୁ ସ୍କୁଲ ଛୁଟି ରହିବ । କିନ୍ତୁ ଏହି ସମୟରେ ସ୍କୁଲରେ ଶିକ୍ଷକ ଉପସ୍ଥିତ ରହିବେ ।

ସେହିପରି ବିହାରରେ ମଧ୍ୟ ସରକାର ସ୍କୁଲ ସମୟ ବୃଦ୍ଧି କରିଛନ୍ତି । ରାଜଧାନୀ ପାଟନାରେ ଶୀତକୁ ନଜରରେ ରଖି ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଛୁଟି ବଢାଇ ଦିଆଯାଇଛି । ନୂଆ ଆଦେଶ ଅନୁଯାୟୀ ଜାନୁୟାରୀ ୨୦ ତାରିଖ ଯାଏଁ ୮ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ ।

ପୁରା ଉତ୍ତର ଭାରତ ଏବେ ଶୀତରେ ଥରୁଥିବା ବେଳେ ହରିୟାଣା ସରକାର ପରିସ୍ଥିତିକୁ ଦେଖି ୩ୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଜାନୁୟାରୀ ୧୮ ପର୍ଯ୍ୟନ୍ତ ବନ୍ଦ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ପଞ୍ଜାବରେ ମଧ୍ୟ ପୂର୍ବରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଥିବା ବେଳେ ସରକାର ଏହାକୁ ଜାନୁୟାରୀ ୨୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଛୁଟି ସମୟ ପ୍ରଥମରୁ ୫ମ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ ହେବ । ସେହିପରି ଚଣ୍ଡୀଗଡରେ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ୨୦ ଜାନୁୟାରୀ ପର୍ଯ୍ୟନ୍ତ ବନ୍ଦ ରହିବ ।

Get real time updates directly on you device, subscribe now.