fbpx

ଏହି ସ୍ଥାନରେ ଖେଳାଯିବ IPL ମ୍ୟାଚ: ବଡ଼ ଘୋଷଣା କଲେ ଉପ-ମୁଖ୍ୟମନ୍ତ୍ରୀ

ପାଟନା: ବର୍ତ୍ତମାନ ଆଇପିଏଲ-୨୦୨୪କୁ ନେଇ ଆଲୋଚନା ଏବଂ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଆସନ୍ତା ସିଜନ ପାଇଁ ଅକ୍ସନ ପ୍ରକ୍ରିୟା ଶେଷ ହେବା ପରେ ଆଇପିଏଲ ଟିମଗୁଡ଼ିକ ଏବେ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ତେବେ ଏହାପୂର୍ବରୁ ଏକ ବଡ଼ ଘୋଷଣା କରିଛନ୍ତି ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱ ଯାଦବ । ଏଣିକି ଖୁବଶୀଘ୍ର ବିହାରରେ ଆଇପିଏଲ ମ୍ୟାଚ ଖେଳାଯିବ ବୋଲି ସେ ବଡ଼ ଘୋଷଣା କରିଛନ୍ତି । ୨୩ ବର୍ଷ ପରେ ଏଠାରେ ରଣଜୀ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ବର୍ତ୍ତମାନ ଯାଦବଙ୍କ ଏହି ବୟାନକୁ ନେଇ ଖୁବ ଜୋର ଧରିଛି ଚର୍ଚ୍ଚା । ବିହାରରେ ମଧ୍ୟ ଖୁବଶୀଘ୍ର ଆଇପିଏଲ ଏବଂ ଅନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହୋଇପାରିବ ବୋଲି ତେଜସ୍ୱୀ ଯାଦବ ପ୍ରକାଶ କରିଛନ୍ତି ।

ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି ଯେ, ରାଜ୍ୟରେ ଖେଳ ପାଇଁ ଏକ ଅଲଗା ବିଭାଗ ସହ କ୍ରୀଡ଼ାଗୁ ନେଇ ନୂଆ ନୂଆ ପ୍ରୟାସ ମଧ୍ୟ ଜାରି ରହିଛି । କ୍ରିକେଟ ଭଳି ରାଜନୈତିକ ପିଚ୍(କ୍ଷେତ୍ର)ରେ ଛକା ମାରିବା ନେଇ ପ୍ରଶ୍ନରେ ତେଜସ୍ୱୀ ଯାଦବ କହିଛନ୍ତି ଯେ, ଟିମ ଉପରେ ଆମର ଯଥେଷ୍ଟ ବିଶ୍ୱାସ ରହିଛି । ଜଣେ ବ୍ୟକ୍ତି ଛକା ମରିବା ବେଳେ ଦଳର ଅନ୍ୟ ଖେଳାଳି ଆଉଟ ହୋଇଯିବା ମଧ୍ୟ ଉଚିତ୍ ନୁହେଁ । ରାଜ୍ୟରେ କ୍ରୀଡ଼ାକୁ ବିକାଶ କରିବା ପାଇଁ ଅଲଗା ବିଭାଗ ମଧ୍ୟ ପ୍ରସ୍ତୁତ କରାଯାଇଛି । ବିଭିନ୍ନ ବିଭାଗ ଉପରେ କାମ ଜାରି ରହିଛି ଏବଂ ମହାଗଠବନ୍ଧନ ସମ୍ପୂର୍ଣ୍ଣ ଏକାଠି ହୋଇ ନିଜ କାର୍ଯ୍ୟ ଜାରି ରଖିଛି । ବିହାରର ଲୋକମାନେ ପ୍ରତିଭାଶାଳୀ ଏବଂ ସେମାନଙ୍କୁ ସୁଯୋଗ ମଧ୍ୟ ଦିଆଯାଉଥିବା କହିଛନ୍ତି ତେଜସ୍ୱୀ ଯାଦବ ।

ତେଜସ୍ୱୀ ଯାଦବ କହିଛନ୍ତି ଯେ, ମହାଗଠବନ୍ଧନ ଏକଜୁଟ ରହିଛି ଏବଂ ବିହାରର ଲୋକମାନେ ମଧ୍ୟ ଏହା ସହିତ ରହିଛନ୍ତି। ୨୩ ବର୍ଷ ପରେ ବିହାରରେ ରଣଜୀ ଟ୍ରଫି ଆୟୋଜିତ ହୋଇଥିଲା । କିନ୍ତୁ ରଣଜୀ ଟ୍ରଫି ଅନୁଷ୍ଠିତ ହୋଇଥିବା ପାଟନାର ମୋଇନୁଲ ହକି ଷ୍ଟାଡିୟମର ଖରାପ ଚିତ୍ର ଯୋଗୁଁ ଦେଶ ଏବଂ ବିଶ୍ୱରେ ବିହାରର ପ୍ରତିଛବି ବହୁତ ଖରାପ ହୋଇଯାଇଛି । ତେବେ ବହୁ ଅସୁବିଧା ପରେ ବିହାର ସରକାର ମୋଇନୁଲ ହକି ଷ୍ଟାଡିୟମକୁ ବିଶ୍ୱସ୍ତରୀୟ ଷ୍ଟାଡିୟମ କରିବାକୁ ଯୋଜନା କରିଛନ୍ତି।

Get real time updates directly on you device, subscribe now.