fbpx

ଅଧା କର୍ମଚାରୀରେ ସ୍କୁଲ ଚାଲିବ, ଜୁନ୍ ୧୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଘରେ ରହିବେ, ନିଷ୍ପତ୍ତି ନେଲା ଶିକ୍ଷା ବିଭାଗ

Advertisement

ନୂଆଦିଲ୍ଲୀ: ଗ୍ରୀଷ୍ମ ଛୁଟି ପରେ ଜୁନ୍ ପହିଲାରୁ ହରିୟାଣାରେ ସମସ୍ତ ସ୍କୁଲ ଖୋଲିଛି । ସ୍କୁଲ ଖୋଲିଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସ୍କୁଲକୁ ଆସିବେ ନାହିଁ । ଏହି ସମୟରେ ଅଧା କର୍ମଚାରୀ ସ୍କୁଲକୁ ଆସିବେ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଅଧା ଶିକ୍ଷକ ସୋମବାର, ବୁଧବାର, ଶୁକ୍ରବାର ଏବଂ ଅନ୍ୟ ଅଧା ଶିକ୍ଷକ ଅନ୍ୟ ଦିନମାନଙ୍କରେ ଆସିବାକୁ ସ୍ଥିରୀକୃତ ହୋଇଛି ।

ଏହାଛଡ଼ା ୮ ତାରିଖ ମଧ୍ୟରେ ରେଜଲ୍ଟ ସମ୍ପର୍କ ସମସ୍ତ କାଗଜପତ୍ର ଛାତ୍ରଛାତ୍ରୀଙ୍କ ଘରେ ଶିକ୍ଷକମାନେ ପହଞ୍ଚାଇବେ । ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ପିଲାଙ୍କଠାରୁ ବହି ସଂଗ୍ରହ କରି ତଳ ଶ୍ରେଣୀର ପିଲାଙ୍କୁ ଯୋଗାଇବା ଦାୟିତ୍ୱ ଶିକ୍ଷକଙ୍କ ଉପରେ ନ୍ୟସ୍ତ ରହିବ । ଏନେଇ କୌଣସି ଅବହେଳା କରା ନ ଯିବାକୁ ବିଭାଗ ପକ୍ଷରୁ ତାଗିଦ୍ କରାଯାଇଛି । କରୋନା ସମୟରେ ମୃତ୍ୟୁବରଣ କରୁଥିବା ଅଭିଭାବକଙ୍କ ବିଷୟରେ ସୂଚନା ରଖାଯିବ । ଯେପରିକି, କେବେ ସଂକ୍ରମିତ ହୋଇଥିଲେ, କେଉଁଠି ଚିକିତ୍ସିତ ହେଉଥିଲେ, କେବେ ମୃତ୍ୟୁବରଣ କଲେ ତାହାର ସବିଶେଷ ସୂଚନା ବିଭାଗକୁ ଜଣାଇବାକୁ କୁହାଯାଇଛି ।

Get real time updates directly on you device, subscribe now.