Breaking: କାଲିଠୁ ସକାଳ ୬ଟା ୩୦ରୁ ସ୍କୁଲ, ପ୍ରଥମ-ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ନିୟମ ଲାଗୁ

ଖରା ପାଇଁ ସକାଳ ୬ଟା ୩୦ରୁ ହେବ କ୍ଲାସ। ଜିଲ୍ଲାପାଳମାନଙ୍କୁ ଗଣଶିକ୍ଷା ବିଭାଗର ଚିଠି। କାଲିଠାରୁ ସକାଳୁଆ ସ୍କୁଲ।

ଭୁବନେଶ୍ୱର: କାଲିଠୁ ସକାଳୁଆ ସ୍କୁଲ। ସକାଳ ୬ଟା ୩୦ରୁ କ୍ଲାସ ଆରମ୍ଭ। ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ କ୍ଲାସ ଚାଲିବ। ଏହି ନିୟମ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ କରିଛନ୍ତି ରାଜ୍ୟ ସରକାର।

ସକାଳୁଆ ସ୍କୁଲ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତତକ୍ଷଣାତ୍ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳମାନଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ମଧ୍ୟ ପଠାସରିଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ଦିନକୁ ଦିନ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ତାତି। ମାର୍ଚ୍ଚ ମାସରୁ ୪୦ ଡିଗ୍ରୀ ପାର କଲାଣି ପାରଦ। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସରକାର ସକାଳୁଆ ସ୍କୁଲ ନିଷ୍ପତ୍ତି ନେଇ ପାରନ୍ତି ବୋଲି କୁହାଯାଉଥିଲା। ଆଉ ଏବେ ସକାଳୁଆ ସ୍କୁଲ ହେବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା କାଲି ଠାରୁ ହିଁ ରାଜ୍ୟରେ ସକାଳୁଆ ସ୍କୁଲ ହେବ। ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ରେ ସରିବ। କ୍ଲାସ। ଖରା ଆରମ୍ଭ ହେବା ପୂର୍ବରୁ ହିଁ କ୍ଲାସ ସାରିବାକୁ ନିଷ୍ପତ୍ତି। ଏହି ନିୟମ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ କରାଯାଇଛି।