ସ୍କୁଲ ଘରେ ଶବ ଥିଲା, ଏବେ ସ୍କୁଲ ଯିବାକୁ ଡର ଲାଗୁଛି

ଭୁବନେଶ୍ୱର : ବାହାନଗା ନୋଡାଲ ସ୍କୁଲରେ ରଖାଯାଇଥିଲା କୁଢ କୁଢ ମୃତଦେହ । ଦୁର୍ଘଟଣା ପରେ ମୃତଦେହ ରଖିବାକୁ କିଛି ଠିକଣା ମିଳିନଥିଲା । ଶେଷରେ ବାହାନଗା ନୋଡାଲ ସ୍କୁଲକୁ ବଛା ଯାଇଥଇଲା । ଟ୍ରକ ଟ୍ରକ୍ ମୃତଦେହ ଅଣାଯାଇ ସେଠାରେ ରଖାଗଲା । ସ୍କୁଲ ସାରା ଯୁଆଡେ ଆଖି ବୁଲାଇବ ଖାଲି ମୃତଦେହ ପଡି ରହିଥିଲା । ପରିସ୍ଥିତି ଏଭଳି ଥିଲା ଯେ ମନ୍ଦିରରେ ମୃତଦେହ ରଖାଗଲା । ଅର୍ଥାତ୍ ଶିକ୍ଷା ମନ୍ଦିର କୁହାଯାଉଥିବା ସ୍କୁଲ ଘରକୁ ଶବ ଗୃହରେ ପରିଣତ କରାଯାଗଲା । କିନ୍ତୁ ଏବେ ସେଠାରେ ଶବ ନାହିଁ ସତ ହେଲେ ସ୍ମୃତି ସମସ୍ତଙ୍କୁ ବିବ୍ରତ କରୁଛି । ସମସ୍ତ ମୃତଦେହକୁ ବିଭିନ୍ନ ମେଡିକାଲ ପରସରକୁ ସ୍ଥାନାନ୍ତରଣ କରାଯାଇଛି । ହେଲେ ଶିକ୍ଷା ମନ୍ଦିରରେ ପଡିଛି ରକ୍ତ ଛିଟା ଲାଗି ରହିଛି । ମୃତଦେହ ଗୁଡିକୁ ସେଠାରୁ ସ୍ଥାନାନ୍ତରଣ କରାଯିବା ପରେ ଚଟାଣ ସାରା ରକ୍ତ ଲାଗିଛି ଏବଂ ଦୁର୍ଗନ୍ଧରେ ନାକ ଫାଟି ପଡୁଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଉ ଦିନ କେଇଟା ପରେ ସ୍କୁଲ ଖୋଲିବ । ଗ୍ରୀଷ୍ମ ଛୁଟି ଶେଷ ହେବାକୁ ଆସିଲାଣି । ରଜ ପରେ ସ୍କୁଲ ଖୋଲିବ । କିନ୍ତୁ ପ୍ରଶ୍ନ ଉଠୁଛି ରକ୍ତ ଛିଟା ଓ ଦୁର୍ଗନ୍ଧରେ ସେଠାରେ ପିଲାମାନେ ବସି ପାଠ ପଢିପାରିବେ ତ ? ଛାତ୍ରଛାତ୍ରୀମାନେ ମଧ୍ୟ ଭୟ କରୁଛନ୍ତି ସସେ ସ୍କୁଲ ଯିବାକୁ । ଯେଉଁଠାରେ କୁଢ କୁଢ ମୃତଦେହ ପଡିଥିଲା । କେବଳ ଛାତ୍ର ଛାତ୍ରୀ ନୁହେଁ, ଶକ୍ଷକ ଶକ୍ଷୟିତ୍ରୀଙ୍କ ସମାନ ଅବସ୍ଥା । ସେମାନେ ସ୍କୁଲରେ ଯାଇ ପଠା ପଢାଇବାକୁ କୁଣ୍ଠାବୋଧ ମନେ କରୁଛନ୍ତି । ଯେଉଁଠାରେ ଶହ ଶହ ମୃତଦେହ ଲୋକଙ୍କ ମୁହଁକୁ ଅନେଇ ରହିଥିଲା ସେଠାରେ କିଭଳି ଛାତ୍ରଛାତ୍ରୀ ଯାଇ ପାଠ ପଢିବେ । ଏହି ଘଟଣା ଉଭୟ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ଭୟବୀତ କରିଛି।