fbpx

ରାଜଧାନୀରେ ଏହି ତାରିଖରେ ପୁଣି ଖୋଲିବ ସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ୧୮ ଡିସେମ୍ବର ଅର୍ଥାତ୍ ଆଜିଠାରୁ ୬ଷ୍ଠ ଶ୍ରେଣୀରୁ ସମସ୍ତ ସ୍କୁଲ ଖୋଲିବ ବୋଲି ଦିଲ୍ଲୀ ସରକାର କହିଛନ୍ତି । ଏହାର ଅର୍ଥ ଫିଜିକାଲ କ୍ଲାସ ଆରମ୍ଭ ହୋଇଯିବ । ଦିଲ୍ଲୀ ସରକାରଙ୍କ ଶିକ୍ଷା ବିଭାଗ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରିଛି । କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟରୁ ନିର୍ଦ୍ଦେଶ ପାଇବା ପରେ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ ୬ଷ୍ଠରୁ ଉପର ଶ୍ରେଣୀଗୁଡିକ ଖୋଲିଯିବ । ତେବେ ବାୟୂ ପ୍ରଦୂଷଣ ଯୋଗୁଁ ଦିଲ୍ଲୀ ସରକାର ସ୍କୁଲ ବନ୍ଦ କରିଥିଲେ ।

ନିକଟରେ ଦିଲ୍ଲୀରେ ସ୍କୁଲ ଖୋଲିବାକୁ ନେଇ ଦିଲ୍ଲୀ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ କେନ୍ଦ୍ର ସରକାରଙ୍କୁ ୨ଟି ପ୍ରସ୍ତାବ ପଠାଇଥିଲା । ଗୋଟିଏ ପ୍ରସ୍ତାବରେ ୬ଷ୍ଠରୁ ଅଧିକ କ୍ଲାସଗୁଡିକୁ ତକ୍ରାଳ ଖୋଲିବା ପାଇଁ ଥିଲା ଓ ଅନ୍ୟଟିରେ ପ୍ରାଇମେରୀରୁ ନେଇ ୫ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲକୁ ୨୦ ଡିସେମ୍ବରରୁ ଖୋଲିବାକୁ ପ୍ରସ୍ତାବ ପଠାଯାଇଥିଲା ।

Get real time updates directly on you device, subscribe now.