fbpx

ବୈଜ୍ଞାନିକମାନେ ଚିହ୍ନଟ କଲେ ଏକ ନୂଆ ଜିନ୍: ପୁରୁଷର ଗର୍ଭନିରୋଧକ କ୍ଷେତ୍ରରେ ବଡ଼ ସଫଳତା

ନୂଆଦିଲ୍ଲୀ: ପୁରୁଷ ଗର୍ଭନିରୋଧକ ଉପରେ ବୈଜ୍ଞାନିକମାନେ ଅନବରତ ଗବେଷଣା ଜାରି ରଖିଛନ୍ତି । ଗତ ଫେବୃଆରୀ ମାସରେ ଏନେଇ ଏକ ନୂଆ ଆବିଷ୍କାର ଦେଖିବାକୁ ମିଳିଥିଲା । ପୁରୁଷର ସ୍ପର୍ମକୁ ତା’ର ରାସ୍ତାରେ ସଫଳତାର ସହିତ ରୋକିହେବ ବୋଲି କୁହାଯାଇଥିଲା । ଦୀର୍ଘ ସମୟ ଧରି ଏହା ଉପରେ ରିସର୍ଚ୍ଚ କରିବା ପର ପୁରୁଷ ଗର୍ଭନିରୋଧକ ସମ୍ଭବ ହୋଇ ପାରିବ ବୋଲି ପ୍ରମାଣିତ ହୋଇଥିଲା ।

ତେବେ ଏହା ମଧ୍ୟରେ ପୁରୁଷ ଗର୍ଭନିରୋଧକକୁ ନେଇ ଏକ ନୂଆ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଛି । ଗବେଷକମାନେ ଅନେକ ସ୍ତନ୍ୟପାୟୀ ପ୍ରଜାତିଙ୍କ ମଧ୍ୟରୁ ଏକ ଜିନର ଚିହ୍ନଟ କରିଛନ୍ତି । ଏହି ଜିନ ମଣିଷ ଓ ପଶୁଙ୍କ ପାଇଁ ଅତ୍ୟନ୍ତ ପ୍ରଭାବୀ ସାବ୍ୟସ୍ତ ହେବ ଓ ଅଣହରର୍ମୋନ ପୁରୁଷ ଗର୍ଭନିରୋଧକର ମାର୍ଗ ପ୍ରଶସ୍ତ କରିବା କ୍ଷେତ୍ରରେ ସହାୟକ ହୋଇ ପାରିବ ବୋଲି କୁହାଯାଇଛି ।

ଆମେରିକାର ୱାଶିଂଟନ ଷ୍ଟେଟ ୟୁନିଭରସିଟିର ଟିମ ମୁତାବକ, ମୂଷା, ମଇଁଷି ଓ ମଣିଷଙ୍କ ଠାରେ ଏକ ଚୀନର ଚିହ୍ନଟ କରାଯାଇଛି । ମୂଷାଠାରେ ଏହି ଜିନକୁ ହଟାଇବା ପରେ କେବଳ ପୁରୁଷ ମୂଷାଠାରେ ବନ୍ଧ୍ୟାପଣ ଦେଖିବାକୁ ମିଳିଥିଲା । ଫଳରେ ତା’ର ଶୁକ୍ରାଣୁ ସଂଖ୍ୟା, ଗତି ଓ ଆକାର ପ୍ରଭାବିତ ହୋଇଥିଲା । ପ୍ରଥମ ଥର ପାଇଁ ଟେଷ୍ଟିକୁଲାର ଟିସୁରେ ଏହି ଜିନ ଦେଖିବାକୁ ମିଳିଥିଲା । ତେବେ ଏହି ଜିନକୁ ପୁରୁଷ ଶରୀରରେ ଯେତେବେଳେ ନିଷ୍କ୍ରିୟା କରାଗଲା, ସେତେବେଳେ ଶୁକ୍ରାଣୁ ତିଆରି ହେବା ତ ଦୂରର କଥା, ଅଣ୍ଡା ମଧ୍ୟ ଫର୍ଟିଲାଇଜ୍ ହୋଇନଥିଲା । ମଣିଷ, ମୂଷା, ଗାଈ, ଘୁଷୁଣୀଙ୍କ ଠାରେ ଏହି ଟେଷ୍ଟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବୈଜ୍ଞାନିକମାନେ ଏହାର ବାୟୋଲୋଜିକାଲ ରୋଲକୁ ଚିହ୍ନଟ କରିପାରି ନାହାନ୍ତି ।

Get real time updates directly on you device, subscribe now.