fbpx

ଭାଇରସର ନାମ ‘Mirus’: ସାରା ବିଶ୍ୱର ସମୁଦ୍ରରେ କାୟା ବିସ୍ତାର କଲାଣି, ଜଳରୁ କାର୍ବନ ଓ ପୋଷକ ତତ୍ତ୍ୱକୁ ନଷ୍ଟ କରିଦେବ, ବୈଜ୍ଞାନିକଙ୍କ ଆଶଙ୍କା

ନୂଆଦିଲ୍ଲୀ: ସାରା ଦୁନିଆରେ ପୁଣି ଥରେ ଭୟଙ୍କର କରୋନା ଭାଇରସ ତାଣ୍ଡବ ମଚାଇବା ଆରମ୍ଭ କରିଦେଇଥିବା ବେଳେ ଭାରତରେ ମଧ୍ୟ ଧୀରେଧୀରେ କାୟା ବିସ୍ତାର କରୁଛି । ତେବେ ଏନେଇ କେନ୍ଦ୍ର ସରକାରଙ୍କ ଆଲର୍ଟ ମୋଡ଼କୁ ଆସିବା ସହ ସତର୍କ ରହିବା ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାଳିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହା ମଧ୍ୟରେ ପୁଣି ଏକ ନୂଆ ଭାଇରସକୁ ଆବିଷ୍କାର କରିଛନ୍ତି ବୈଜ୍ଞାନିକମାନେ ।

ସୂଚନା ମୁତାବକ, ଏହି ଭାଇରସର ନାମ ହେଉଛି ‘ମାଇରସ ଭାଇରସ୍’ । ଲାଟିନ ଭାଷାରେ ମାଇରସର ଅର୍ଥ ହେଉଛି ବିଚିତ୍ର । ବିଶ୍ୱର ସମସ୍ତ ସମୁଦ୍ରକୁ ଏହି ଭାଇରସ ସଂକ୍ରମିତ କରିଦେଇଥିବା ବେଳେ ହର୍ପିସ ନାମକ ଏକ ବୀମାରୀ ସହିତ ଏହି ଭାଇରସର ସମ୍ବନ୍ଧ ରହିଥିବା କୁହାଯାଉଛି । ପୂର୍ବରୁ ଏହି ଭାଇରସ୍ କେବେ ବି ଦେଖାଯାଇ ନଥିଲା । ସମୁଦ୍ରରେ ପ୍ଲାଙ୍କଟନଗୁଡ଼ିକୁ ଏହା ସଂକ୍ରମିତ କରିଥିବା ଜଣାପଡ଼ିଛି । ଆର୍କଟିକ ମହାସାଗରଠାରୁ ଆରମ୍ଭ କରି ଆଣ୍ଟାର୍କଟିକା ସବୁଆଡ଼େ ଏହି ଭାଇରସ ମାଡ଼ି ସାରିଲାଣି ।

ତେବେ ମାଇରସ ଭାଇରର ଏକ ବଡ଼ ଗ୍ରୁପ ଡୁପ୍ଲୋଡ୍ନାଭିରିଆର ଅଂଶ ଅଟେ । ହର୍ପିସ ଭାଇରସ ଏହି ବଡ଼ ଗ୍ରୁପ ଅଧିନରେ ଆସୁଛି, ଯାହାକି ବହୁମାତ୍ରାରେ ପଶୁ ଓ ମଣିଷଙ୍କୁ ସଂକ୍ରମିତ କରିବା ସହ ବିମାରଗସ୍ତ କରୁଛି । ହର୍ପିସ ଭାଇରସ ଓ ମଇରସ ଭାଇରସ ପରସ୍ପର ସହ ଜେନେଟିକ୍ ସଂପର୍କ ରହିଛି । ମାଇରସ ଭାଇରସରେ ଜାୟଣ୍ଟ ଭାଇସ ଭାରିଡ୍ନାଭିରିଆର ଜେନେଟିକ ମ୍ୟାଟେରିଆଲ ମଧ୍ୟ ରହିଛି । ତେବେ ଏହି ଭାଇରସ ବିଷୟରେ ବୈଜ୍ଞାନିକମାନେ ବହୁତ କମ୍ ତଥ୍ୟ ଜାଣିଛନ୍ତି ବୋଲି ରିସଚ୍ଚରେ ସ୍ପଷ୍ଟ ଭାବେ କୁହାଯାଇଛି ।

ଏହି ଭାଇରସର ସନ୍ଧାନ ପାଇଁ ବୈଜ୍ଞାନିକମାନେ ଓସେନ ଏକ୍ସପୋଡିସେନର ଡାଟାକୁ ସଂଗ୍ରହ କରିଥିଲେ । ୨୦୦୯ରୁ ୨୦୧୩ ମଧ୍ୟରେ ଅଲଗା ଅଲଗା ସମୁଦ୍ରର ପାଣିର ନମୂନା ଏକତ୍ର କରାଯାଇଥିଲା । ଏହାପରେ ବୈଜ୍ଞାନିକମାନେ କୋଟି କୋଟି ମାଇକ୍ରୋବସର ଡିଏନଏ ଯାଞ୍ଚ କରିଥିଲେ । ସମୁଦ୍ର ଲହରୀ ସହିତ ଏହି ଭାଇରସ ଅନ୍ୟ ସମୁଦ୍ରକୁ ପହଁରି ଚାଲିଯାଇଥାଏ । ଭବିଷ୍ୟତରେ ଏହି ଭାଇରସ ସମୁଦ୍ର ମଧ୍ୟରେ କାର୍ବନ ଓ ପୋଷକ ତତ୍ତ୍ୱର ପ୍ରବାହକୁ ବିଗାଡ଼ିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.