fbpx

ଦିବ୍ୟାଙ୍ଗଙ୍କ ଦୁଃଖ ଦୂର ହେଲା: ବୈଜ୍ଞାନିକମାନେ ନିର୍ମାଣ କଲେ Bionic Hand, ସମସ୍ତ ପ୍ରକାରର ମୁଭମେଣ୍ଟ କରିବାକୁ ଏହା ସକ୍ଷମ

ନୂଆଦିଲ୍ଲୀ: ଦିବ୍ୟାଙ୍ଗଙ୍କ ପାଇଁ ଖୁସି ଖବର । ବୈଜ୍ଞାନିକମାନେ ଏକ ଖାସ୍ ଟେକନିକର ବାୟୋନିକ ହାତ ନିର୍ମାଣ କରିଛନ୍ତି । ଏହି ହାତକୁ ଆପଣ ଯେପରି ଚାହିଁବେ ସେପରି ମୁଭଭେଣ୍ଟ କରାଇ ପାରିବେ । ଅଷ୍ଟ୍ରେଲିଆର ପାରା ଅଲିମ୍ପିଆନ ଜେସିକା ସ୍ମିଥଙ୍କଠାରେ ଏହାକୁ ଉପଯୋଗ କରାଯାଇଛି । ବ୍ରିଟିଶ କମ୍ପାନୀ କୋଭି ଏହାକୁ ନୂଆ ଜ୍ଞାନ କୌଶଳ ପ୍ରୟୋଗ କରି ପ୍ରସ୍ତୁତ କରିଛି ।

ଜେସିକା ବିନା ବାମ ହାତରେ ଜନ୍ମ ଗ୍ରହଣ କରିଥିଲେ । ଏହାପରେ ତାଙ୍କର ଘରଲୋକେ ପ୍ରୋସ୍ଥେଟିକ ହାତ ଲଗାଇଥିଲେ । ମାତ୍ର ଏହି ହାତ ଉପରେ ଜେସିକାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହି ପାରିନଥିଲା, ଫଳରେ ସେ ଅଧିକାଂଶ ସମୟରେ ନୂଆ ନୂଆ ବିପଦର ସାମ୍ନା କରୁଥିଲେ । ଏକଦା ପ୍ରୋସ୍ଥେଟିକ ହାତରୁ ଗରମ ଦୁଧ ଖସି ପଡ଼ିବାରୁ ତାଙ୍କର ଶରୀରର ୧୫ ପ୍ରତିଶତ ଅଂଶ ଜଳି ଯାଇଥିଲା । ତେବେ ଶେଷରେ ଜେସିକାଙ୍କ ଦୁଃଖ ଦୂର ହୋଇଥିଲା । ବ୍ରିଟିଶ କମ୍ପାନୀ କୋଭି ତାଙ୍କର ଏହି ଦୁଃଖକୁ ଦୂର କରିବାକୁ ଆଗେଇ ଆସିଥିଲା ।

କମ୍ପାନୀ ନିର୍ମାଣ କରିଥିବା ହାତକୁ ଆପଣ ନିଜର ଆବଶ୍ୟକତା ଅନୁଯାୟୀ ଚଳପ୍ରଚଳ କରାଇ ପାରିବେ । ୩୭ ବର୍ଷୀୟା ଜେସିକ ଗତ ଏପ୍ରିଲ ମାସରେ ଏହି ବାୟୋନିକ ହାଥ ଲଗାଇଥିଲେ । ହାତକୁ ନେଇ ଅଧିକ ଚିନ୍ତାମଗ୍ନ ରହୁଥିବା ଜେସିକା ବାୟୋନିକ ହାତକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ । କାନ୍ଧ ପାଖର ମାଂସପେଶୀରେ ସୃଷ୍ଟି ହେଉଥିବା ବୈଦ୍ୟୁତିକ ତରଙ୍ଗର ଗଣନାକୁ ଆଧାର କରି ହାତର ଉପର ଭାଗ ମୋଟର୍ସକୁ ଚଳାଇଥାଏ । ବାୟୋନିକ ହାତ ନିଜର ଶକ୍ତିକୁ ଗ୍ଲାସ ଧରିବା, କବାଟ ଖୋଲିବା ଆଦି କାମରେ ନିୟୋଜିତ କରିବ ।

Get real time updates directly on you device, subscribe now.