fbpx

୪୫ ହଜାର ପୂର୍ବେ ମହିଳା କିପରି ଦେଖାଯାଉଥିଲେ: ଟେକନିକ ମାଧ୍ୟମରେ ବୈଜ୍ଞାନିକମାନେ ପ୍ରସ୍ତୁତ କଲେ ନୂଆ ଚେହେରା

ନୂଆଦିଲ୍ଲୀ: ୧୯୫୦ ମସିହାରେ ଚେକ ଗଣରାଜ୍ୟର ଗୋଟିଏ ଗୁମ୍ଫାରୁ ଏକ ସମାଧି ଠାବ କରାଯାଇଥିଲା । ସେଠାରୁ ଶରୀରରୁ ଅଲଗା ହୋଇଥିବା ଜଣେ ମହିଳାଙ୍କର ଖପୁରୀ ମିଳିଥିଲା । ତାହାକୁ ପରେ ଜେନେଟିକାଲି ସିକୁଏନ୍ସ ହିସାବରେ ତାହା ସବୁଠାରୁ ପୁରୁଣା ଆଧୁନିକ ମାନବ ବୋଲି କୁହାଯାଇଥିଲା । ଗତମାସରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା ।

ତେବେ ୪୫ ହଜାର ବର୍ଷ ପୂର୍ବେ ଜଣେ ମହିଳା କିଭଳି ଦେଖାଯାଉଥିଲେ ସେନେଇ ଅନ୍ତର୍ଜାତୀୟ ସ୍ତରର ଗବେଷକମାନେ କଠିନ ପରିଶ୍ରମ କରି ସଫଳତା ହାସଲ କରିଛନ୍ତି । ବୈଜ୍ଞାନିକମାନେ ଉକ୍ତ ଖପୁରୀକୁ ପୁନନିର୍ମାଣ କରିବା ସହ ୨୦୧୮ରେ ସିଟି ସ୍କାନ ପ୍ରୟୋଗ କରି ଡିଜିଟାଲ ଚେହେରା ପ୍ରସ୍ତୁତ କରିଥିଲେ । ଏହି ଛବିରେ ମହିଳାଙ୍କର କେଶ ଡାର୍କ ରଙ୍ଗର, ଚର୍ମ ହାଲୁକା ବାଦାମୀ ରଙ୍ଗର ଓ ଆଖି ଧୂସର ରଙ୍ଗର ରହିଥିଲା ।

ସବୁଠାରୁ ବଡ଼ କଥା ହେଉଛି ୯ ଖଣ୍ଡ ଖପୁରୀକୁ ପ୍ରାଗ ସ୍ଥିତ ଅନ୍ତର୍ଜାତୀୟ ସଂଗ୍ରହାଳୟର ମାନବ ବିଜ୍ଞାନ ବିଭାଗରେ ରଖାଯାଇଛି । ଗବେଷକଙ୍କ ପାଖରେ ଫେସିଆଲ ଏକ୍ସପରିମେଣ୍ଟ କରିବା ପାଇଁ ହାଡ଼ ମଧ୍ୟ ନଥିଲା । ଖପୁରୀରେ ନାକର ହାଡ଼, ବାମ ଓ ଡାହାଣ ପଟର କିଛି ଗାଡ଼ ଗାଏବ ଥିଲା । ବ୍ରାଜିଲର ଡିଜାଇନର ଓ ଷ୍ଟଡିର ସହ-ଲେଖକ ସିସରୋ ମୋରେସ କହିଛନ୍ତି, ମହିଳାଙ୍କ ମୃତ୍ୟୁ ପରେ ଏହାକୁ ଏକ ପଶୁ ଘୋଷାଡ଼ି ନେଇଥିଲା । ମହିଳାଙ୍କ ଚେହେରାର ୩ଟି ଭର୍ସନ ତିଆରି କରିବା ପାଇଁ ଏକ ଟେକନିକର ଉପଯୋଗ କରାଯାଇଥିଲା । ତେବେ ବୈଜ୍ଞାନିକଙ୍କ ବର୍ଷ ବର୍ଷର ପରିଶ୍ରମର ଫଳସ୍ୱରୂପ ଅତୀତର ମଣିଷଙ୍କ ବିଷୟରେ ଆଜିର ମଣିଷ କିଛିଟା ତଥ୍ୟ ଏବେ ଜାଣି ପାରିବ ।

Get real time updates directly on you device, subscribe now.