SCOରେ ଶେହବାଜ ଲାଜରେ ଲୁଚାଇଲେ ମୁହଁ, ପହଲଗାମ୍ ଆକ୍ରମଣକୁ ଛି… ଛି…. କଲେ ସଦସ୍ୟ ରାଷ୍ଟ୍ର

ତିଆନଜିନ୍: ଚାଇନାର ତିଆନଜିନରେ ଜାରି ରହିଛି ସାଂଘାଇ କର୍ପୋରେଶନ୍ ଅର୍ଗାନାଇଜେଶନ୍ (ଏସସିଓ) ସମ୍ମିଳନୀ । ସୋମବାର ବସିଥିବା ବୈଠକରେ ଜମ୍ମୁ-କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦ ଆକ୍ରମଣକୁ ଘୋର ସମାଲୋଚା କରାଯାଇଛି ।

ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦର ଘୋର ନିନ୍ଦା କରିଛନ୍ତି । ସେ କହିଛନ୍ତି ବିଶ୍ୱ ସୁରକ୍ଷାକୁ କ୍ଷୁର୍ଣ୍ଣ କରିବାରେ ଆତଙ୍କବାଦର ବଡ଼ ଭୂମିକା ରହୁଛି । ସେଥିପାଇଁ ଏସସିଓ ରାଷ୍ଟ୍ରଗୁଡ଼ିକ ଆତଙ୍କବାଦ ଦମନ ପାଇଁ କାର୍ଯ୍ୟ କରିବା ଆବଶ୍ୟକ । ସେଥିପାଇଁ ଆମ ସମସ୍ତଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡ଼ିବ ।

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପରିବାର ଓ ଆହତଙ୍କ ପରିବାରକୁ ଏସସିଓରେ ସମବେଦନା ଜଣାଯାଇଥିଲା । ଏ ଭଳି ଜଘନ୍ୟ କାଣ୍ଡ ଭିଆଉଥିବା ଆତଙ୍କୀସଙ୍ଗଠନର ମୂଳପୋଛ ହେବା ସହ ସେମାନଙ୍କ ଅମାନୁସିକ କାର୍ଯ୍ୟ ପାଇଁ ତାଙ୍କୁ ଉଚିତ୍ ଦଣ୍ଡ ଦେବାର ଆମଶ୍ୟକତା ରହିଛି ।

ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବଜେଙ୍କର କୌଣସି ପ୍ରତିକ୍ରିୟା ମିଳି ନଥିବାବେଳେ ପହଲଗାମ ଆଟାକ ଆଲୋଚନାରେ ଶେହବାଜ ମୁହଁ ପୋତି ରହିଥିବା ଦେଖାଯାଇଥିଲା ।