ବୈଜ୍ଞାନିକଙ୍କ ଆବିଷ୍କାର, କ୍ଯାନ୍ସର ରୋଗ ଭଲ କରିବ କଙ୍କଡା ବିଛାର ବିଷ

ଆପଣ କେବେ ଭାବିଛନ୍ତି କି ବିଛାର ବିଷ ଜୀବନ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରେ ? ଆଜ୍ଞା ହଁ, ଏହି କଥା ଶୁଣଇବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ବ୍ରାଜିଲର ବୈଜ୍ଞାନିକମାନେ ଏକ ଆବିଷ୍କାର କରିଛନ୍ତି (ବ୍ରାଜିଲିଆନ୍ ସାଇଣ୍ଟିଷ୍ଟସ୍ କ୍ୟାନ୍ସର ରିସର୍ଚ୍ଚ) ଯାହା ସ୍ତନ କର୍କଟ ରୋଗର ଚିକିତ୍ସାରେ ରାମ ବାଣ ସଦୃଶ୍ୟ କାମ କରିବ ।

ନୂଆଦିଲ୍ଲୀ: କଙ୍କଡ଼ା ବିଛାର ନାଁ ଶୁଣିଲେ ସମସ୍ତେ ପ୍ରାୟ ଡରିଯାଆନ୍ତି । କାରଣ ଆହାର ବିଷ ବହୁତ ମାରାତ୍ମକ । କୁହାଯାଏ ଯେ, ଏହାର ବିଷ କୋଉ ସାପର ବିଷଠୁ ବି କମ ନୁହେଁ । ସବୁଠୁ ପୁରୁଣା ଜୀବ ହେଉଛି ବିଛା । ଏହାର ଜୀବାସ୍ମ କହୁଛି କି ଏହା ଡାଇନୋସର ଠାରୁ ବି ପୁରୁଣା ଜୀବ ।

ବିଛାର ବିଷ କେତେ ବଷାକ୍ତ

ବିଛା ନିଜ ପୁଛରେ ଥିବା ଡଙ୍କ ଦ୍ୱାରା ବିଷ ଛାଡିଥାଏ । ଥରୁଟେ ଏହା ଡଙ୍କ ମାରିଲେ ପୁରା ଶରୀରରେ ବିଷ ବହୁତ ଶୀଘ୍ର ବ୍ୟାପିଥାଏ । ଏହାର ବିଷ ସିଧା ଯାଇ ନର୍ଭସ ସିଷ୍ଟମ ଅର୍ଥାତ ମସ୍ତିଷ୍କରେ ଉପରେ ପ୍ରଭାବ ପକାଏ । ଏଥିପାଇଁ ଏହାର ପ୍ରଭାବ ମଧ୍ୟ ଶିଘ୍ର ଦେଖିବାକୁ ମିଳେ ।

ବିଛାର ବିଷ ଜୀବନ ବଞ୍ଚାଇପାରେ

ଆପଣ କେବେ ଭାବିଛନ୍ତି କି ବିଛାର ବିଷ ଜୀବନ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରେ ? ଆଜ୍ଞା ହଁ, ଏହି କଥା ଶୁଣଇବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ବ୍ରାଜିଲର ବୈଜ୍ଞାନିକମାନେ ଏକ ଆବିଷ୍କାର କରିଛନ୍ତି (ବ୍ରାଜିଲିଆନ୍ ସାଇଣ୍ଟିଷ୍ଟସ୍ କ୍ୟାନ୍ସର ରିସର୍ଚ୍ଚ) ଯାହା ସ୍ତନ କର୍କଟ ରୋଗର ଚିକିତ୍ସାରେ ରାମ ବାଣ ସଦୃଶ୍ୟ କାମ କରିବ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ସେମାନେ ବିଛା ବିଷରେ ଏପରି ଏକ ଅଣୁ ବା ମଲିକ୍ୟୁଲ୍ (Scorpion Venom Breast Cancer Cure) ପାଇଛନ୍ତି, ଯାହା ସ୍ତନ କର୍କଟ କୋଷଗୁଡ଼ିକୁ ନଷ୍ଟ କରିବାରେ କେମୋଥେରାପି ପରି କାମ କରେ।

ବିଛା ବିଷରେ ଏଭଳି କେମିକାଲ ମିଳିଥାଏ ଯାହାର ବ୍ୟବହାର ଔଷଧ ଭଳି ବ୍ୟବହାର କରାଯାଏ । ଯେମିତିକି କ୍ଲୋରୋଟକ୍ସିନ । ଏହାର ବ୍ୟବହାର କ୍ୟାନସରର ଚିକିତ୍ସାରେ କରାଯାଏ । ଏସିଆରେ ବିଛାଙ୍କର କିଛି ଏଭଳି ପ୍ରଜାତି ମିଳିଥାନ୍ତି ଯେଉଁଥିରେ ଏଣ୍ଟିମାଇକ୍ରୋବିୟଲ ପେପ୍ଟାଇଡସ ରହିଥାନ୍ତି । ଏହା ବ୍ୟାକ୍ଟେରିଆ ସଂକ୍ରମଣକୁ କମ କରିବାରେ ପ୍ରଭାବି ପ୍ରମାଣିତ ହୋଇଥାନ୍ତି ।

ଏହି ଆବିଷ୍କାର ଏପର୍ଯ୍ୟନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ଏଥିପାଇଁ ଆହୁରି ଅନେକ ପରୀକ୍ଷା ଏବଂ ପରୀକ୍ଷଣ ଆବଶ୍ୟକ ହେବ, କିନ୍ତୁ ଏହା ନିଶ୍ଚିତ ଭାବରେ ଏକ ନୂତନ ଆଶା ସୃଷ୍ଟି କରିଛି। ଯଦି ବିଛା ବିଷରୁ ତିଆରି ଏହି ଅଣୁ ପ୍ରକୃତରେ କେମୋଥେରାପିର ଶକ୍ତି ରଖେ, ତେବେ ଏହା ଦିନେ ସ୍ତନ କର୍କଟ ରୋଗର ଚିକିତ୍ସାରେ ରାମବାଣ ହେବ, ତାହା ମଧ୍ୟ କମ୍ ପାର୍ଶ୍ୱ ପ୍ରତିକ୍ରିୟା ସହିତ।