fbpx

୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଗଠନ ହେଲା ସ୍କ୍ରିନିଂ କମିଟି, ଜାଣନ୍ତୁ ତାଲିକାରେ କେଉଁ ନେତା ସାମିଲ ?

ନୂଆଦିଲ୍ଲୀ: ଚାରୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ସ୍କ୍ରିନିଂ କମିଟି ଗଠନ କରାଯାଇଛି । ହରିୟାଣା କମିଟିର ଚେୟାରମ୍ୟାନ୍ ଭାବେ ଦଳ ଅଜୟ ମକାନଙ୍କୁ ନିଯୁକ୍ତ କରିଛି । ସେହିପରି ମଣିକମ୍ ଟେଗୋର, ଜିଗ୍ନେଶ ମେୱାଣୀ ଏବଂ ଶ୍ରୀନିବାସ ବିୱି କମିଟିର ସଦସ୍ୟ ହୋଇଛନ୍ତି ।

କଂଗ୍ରେସ ହାଇକମାଣ୍ଡ ପକ୍ଷରୁ ଜାମ୍ମୁ କାଶ୍ମୀର, ହରିୟାଣା, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ପାଇଁ ସ୍କ୍ରିନିଂ କମିଟି ଗଠନ କରିଛି । ଦଳ ପକ୍ଷରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମଧୁଦସୁଦନ ମିସ୍ତ୍ରୀଙ୍କୁ ଚେୟାରମ୍ୟାନ୍ ଏବଂ ସପ୍ତଗିରି ଶଙ୍କର ଉଲକା, ମନସୁର ଅଲି ଖାନ୍ ଏବଂ ଶ୍ରୀରବେଲ୍ଲା ପ୍ରସାଦଙ୍କୁ କମିଟି ସଦସ୍ୟ କରାଯାଇଛି । ସେହିପରି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଗିରିଶ ଚୋଡନାକର(ଚେୟାରମ୍ୟାନ୍) ଏବଂ ପୁନମ ପାସୱାନ୍ ଏବଂ ପ୍ରକାଶ ଯୋଶୀ କମିଟି ସଦସ୍ୟ ଅଛନ୍ତି । ଜାମ୍ମୁ କାଶ୍ମୀରରେ କଂଗ୍ରେସ ନେତା ଦୁଖଜିନ୍ଦର ସିଂହ ରନ୍ଧୱାଙ୍କୁ ସ୍କ୍ରିନିଂ କମିଟିର ଚେୟାରମ୍ୟାନ୍ ଏବଂ ଏଣ୍ଟୋ ଏଣ୍ଟନି ଏବଂ ସଚିନ୍ ରାଓଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛି ।

Get real time updates directly on you device, subscribe now.