fbpx

ସିଲ୍ ହେଲା ରାୟଗଡ଼ା ସହରରେ ଥିବା ଅଶୋକ ସିନେମା ହଲ୍

ରାୟଗଡା ୯ା୪ (ଓଡିଶା ଭାସ୍କର) : ସିଲ୍ ହେଲା ରାୟଗଡ଼ା ସହରରେ ଥିବା ଅଶୋକ ସିନେମା ହଲ୍ । କୋଭିଡ଼୍ ନିୟମ ଉଲଘଂନ ଅଭିଯୋଗରେ ସିଲ୍ କରାଯାଇଛି । ରାୟଗଡ଼ା ଜିଲ୍ଲାପାଳ ଏବଂ ଏସପିଙ୍କ ଦ୍ୱାରା ଚଢାଉ କରାଯାଇ ସିନେମା ହଲ୍ ସିଲ୍ କରାଯାଇଛି । ସୂଚନା ଅନୁଯାୟୀ ରାଜ୍ୟରେ କରୋନା ସଂକ୍ରମଣ ଦୃତ ବେଗରେ ବଢି ଚାଲିଛି । ଏହାକୁ ରୋକିବା ପାଇଁ ସରକାର କୋଭିଡ଼୍ ନିୟମ ପାଳନ ଲାଗି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟପଟେଏହି ନିୟମ ପାଳନ ନ କଲେ ଜରିମାନା ଦେବାକୁ ପଡିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.