fbpx

ମୁଖ୍ୟମନ୍ତ୍ରୀଙ୍କ ନୂଆଖାଇ ଭେଟି, ସମ୍ବଲପୁରରେ ହେବ ଦ୍ବିତୀୟ ଏମ୍ସ

second AIIMS of Odisha will come up in Sambalpur says cm mohan majhi

ସମ୍ବଲପୁର: ନୂଆଖାଇ ଉପଲକ୍ଷେ ସମ୍ବଲପୁରବାସୀଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ସମ୍ବଲପୁରରେ ସିଏମ କିଷାନ ଯୋଜନାର ଶୁଭାରମ୍ଭ କରିବା ସହିତ ଅନେକ ଜନହିତକର ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଭାସୀରେ ଦୁଇ ଉପମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ତେବେ ଆଜି ଜିଲ୍ଲା ଗସ୍ତ ସମୟରେ ସମ୍ବଲପୁରରେ ରାଜ୍ୟର ଦ୍ବିତୀୟ ଏମ୍ସ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହଥିଲେ, ରାଜ୍ୟରେ ଭାଜପା ସରକାର ଗଢିଲେ ଓଡିଶାର ଦ୍ବିତୀୟ ମମ୍ସ ସମ୍ବଲପୁରରେ ହେବ ।

କେନ୍ଦ୍ର ନିକଟରେ ରାଜ୍ୟ ସରକାର ଏନେଇ ଦାବି ରଖିଥିବା ବେଳେ ଆଗାମୀ ଦିନରେ ଏହା ସମ୍ବଲପୁରରେ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରକାଶଥାଉକି, ନୂଆଖାଇ ଅବସରରେ ଆଜି ସମ୍ବଲପୁର ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ନୂଆଖାଇ ଅବସରରେ ସମ୍ବଲପୁରବାସୀଙ୍କୁ ଭେଟି ଦେଇଥିଲେ ମୋହନ ମାଝୀ । ତେବେ ସମ୍ବଲପୁରରେ ଏମ୍ସ ହେବା ଦ୍ବାରା ସମ୍ବଲପୁରବାସୀ ସ୍ବାସ୍ଥ୍ୟ କ୍ଷେତ୍ରରେ ବେଶ୍ ଉପକୃତ ହେବେ ।

Get real time updates directly on you device, subscribe now.