ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ୪ ଦିନ ପରେ ମିଳିଲା ଦ୍ୱିତୀୟ ବ୍ଲାକବକ୍ସ
ଏବେ ଜଣାପଡ଼ିବ କାହିଁକି ହେଲା ଏତେବଡ଼ ଦୁର୍ଘଟଣା!
ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣା ପ୍ରସଙ୍ଗ। ମିଳିଲା ଦୁର୍ଘଟଣାଗ୍ରସ୍ତ ବିମାନର ଦ୍ୱିତୀୟ ବ୍ଲାକବକ୍ସ। ଦୁର୍ଘଟଣାସ୍ଥଳରୁ ଦ୍ୱିତୀୟ ବ୍ଲାକବକ୍ସ ମିଳିଲା। ଦ୍ୱିତୀୟ ବ୍ଲାକବକ୍ସ ପାଇଲା ତଦନ୍ତକାରୀ ସଂସ୍ଥା। କକପିଟର ଭଏସ୍ ରେକର୍ଡର ମଧ୍ୟ ମିଳିଲା।
ଦୁର୍ଘଟଣାର ପାଖାପାଖି ୪ ଦିନ ପରେ ମିିଳିଲା ଦ୍ୱିତୀୟ ବ୍ଲାକବକ୍ସ। ତେବେ ଗୁରୁବାର ଦିନ ଅପରାହ୍ନରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଯେଉଁ ଦୁର୍ଘଟଣାରେ ବିମାନରେ ଥିବା ଯାତ୍ରୀଙ୍କ ସମେତ ଆଖପାଖରେ ଥିବା ଅନେକ ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।
ଆଉ ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଲୋକଙ୍କୁ ଚିହ୍ନଟ କରିବା ମଧ୍ୟ ସମ୍ଭବ ହେଲାନାହିଁ, ତେଣୁ DNA ଟେଷ୍ଟ ପରେ ପରିବାରକୁ ମୃତଦେହ ହସ୍ତାନର କରାଯାଉଛି। ହେଲେ ଏବେ ସୁଦ୍ଧା କାହିଁକି ଏତେ ବଡ଼ ଦୁର୍ଘଟଣା ଘଟିଲା ତାର କାରଣ ଜଣାପଡିନାହିଁ।
କ’ଣ ଘଟିଥିଲା ଆଉ କେଉଁ କାରଣ ପାଇଁ ଉଡ଼ାଣ ଭରିବାର କେଇଁ ସେକେଣ୍ଡ ମଧ୍ୟରେ ହିଁ ଏତେବଡ଼ ଦୁର୍ଘଟଣା ଘଟିଗଲା। ତାହା ଏବେସୁଦ୍ଧା ଜଣାପଡି ନଥିବା ବେଳେ, ତଦନ୍ତକାରୀ ସଂସ୍ଥା କାରଣ ଖୋଜୁଛି।
ଆଉ ଏହାରି ଭିତରେ ଦୁର୍ଘଟଣା ଘଟିବାର ଗୋଟିଏ ଦିନ ପରେ ଅର୍ଥାତ୍ ଶୁକ୍ରବାର ଦିନ ଦୁର୍ଘଟଣାଗ୍ରସ୍ତ ବିମାନର ଗୋଟିଏ ବ୍ଲାକବକ୍ସ ମିଳିଥିଲା। ଯେଉଁଥିରୁ ବିମାନ ଦୁର୍ଘଟଣାର କାରଣ ଜାଣିହେବ ବୋଲି କୁହାଯାଉଛି।
ହେଲେ ଦୁର୍ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ଦ୍ୱିତୀୟ ବ୍ଲାକବକ୍ସ ମିଳିନଥିଲା। ହେଲେ ଆଜି ଦୁର୍ଘଟଣାସ୍ଥଳରୁ ହିଁ ତଦନ୍ତକାରୀ ସଂସ୍ଥା ଦ୍ୱିତୀୟ ବ୍ଲାକବକ୍ସ ପାଇଛି। ଏହାସହ କକପିଟର ଭଏସ୍ ରେକର୍ଡର ମଧ୍ୟ ମିଳିଛି।