କଟକରେ ବଢ଼ିଲା କରୋନା, ଦ୍ୱିତୀୟ କୋଭିଡ ରୋଗୀ ଚିହ୍ନଟ

କଟକରେ ଧିରେ ଧିରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।

କଟକ: ପୁଣି କଟକରେ କରୋନା ରୋଗୀ। ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ସନ୍ଧ୍ୟା ସମୟରେ ସୂଚନା ମିଳିଥିଲା କି ଭୁବନେଶ୍ୱର ପରେ କଟକକୁ ଡେଇଁଛି କରୋନା। ଅର୍ଥାତ୍ କଟକରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏବେ ପୁଣି କଟକରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

କଟକରେ ଦ୍ୱିତୀୟ କୋଭିଡ଼ ଆକ୍ରାନ୍ତ ଚିହ୍ନଟ। ଆକ୍ରାନ୍ତ ଜଣକ ୭୧ ବର୍ଷ ବୟସ୍କ ବୃଦ୍ଧ ବୋଲି ଜଣାପଡିଛି। ତାଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସିଡିଏମଓଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

କଟକରେ ପ୍ରଥମ କରୋନା ରୋଗୀ ଏବେ ହୋମ୍ କ୍ୱାରେଣ୍ଟିନରେ ଅଛନ୍ତି। ଆକ୍ରାନ୍ତ ୪୪ ବର୍ଷୀୟ ବ୍ୟକ୍ତିଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ସୂଚନା। ଥଣ୍ଡା, ଜ୍ୱରରେ ଆକ୍ରାନ୍ତ ପରେ ଟେଷ୍ଟରେ ପଜିଟିଭ୍ ସୂଚନା।