Breaking: ସୁଭଦ୍ରା ଯୋଜନା ନେଇ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଏକା ଥରକେ କୋଟିଏ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବି

କେବେ ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି? ଘୋଷଣା କଲେ ପ୍ରଭାତୀ ପରିଡ଼ା ।

ଭୁବନେଶ୍ବର: ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ନେଇ ଏକ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରାର ଦ୍ବିତୀୟ କିସ୍ତି ଏଥର ବ୍ରହ୍ମପୁରରୁ ଦିଆଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା।

ଏନେଇ ପ୍ରଭାତୀ ପରିଡା କହିଛନ୍ତି, ମାର୍ଚ୍ଚ ୮ ରେ ମିଳିବ ସୁଭଦ୍ରା ଟଙ୍କା। ଆମେ କହିଥିଲୁ ।  ସୁଭଦ୍ରା ଏକ କୋଟି ମହିଳାଙ୍କ ପାଖରେ ପହଞ୍ଚିବ । ମାର୍ଚ୍ଚ ୮ ତାରିଖରେ ଏକା ଥରକେ କୋଟିଏ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବି କରାଯିବ । ବ୍ରହ୍ମପୁର ଠାରେ କୋଟିଏ ମହିଳାଙ୍କୁ ସୁଭଦ୍ରାର ଦିତ୍ୱୀୟ କିସ୍ତି ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

କହିରଖୁଛୁ କି, ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଖାତାକୁ ଆସିସାରିଛି । ଚତୁର୍ଥ ପର୍ଯ୍ୟାୟରେ ୧୮ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ 5 ହଜାର ଟଙ୍କା ଦେଇଛନ୍ତି ସରକାର । ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ଦିଆଯାଇଛି ।

ଉପମୁଖ୍ୟମନ୍ତ୍ରୀ ପୂର୍ବରୁ କହିଥିଲେ, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଯେମିତି ସୁଭଦ୍ରା ଟଙ୍କା ମିଳିବ ସେନେଇ ପଦକ୍ଷେପ ନିଆଯିବ । ଆବଶ୍ୟକ ହେଲେ, ବାଦ୍ ପଡିଥିବା ହିତାଧିକାରୀଙ୍କୁ କର୍ମଚାରୀମାନେ ବ୍ୟକ୍ତିଗତ ଭାବେ ଭେଟି ସମସ୍ୟାର ସମାଧାନ କରିବେ ।