ଭୁବନେଶ୍ୱର: ଦେଶରେ ପଞ୍ଚମ ତଥା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ଚାଲିଛି । ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୨୧.୦୭ପ୍ରତିଶତ ମତଦାନ ହୋଇଛି। ସୁନ୍ଦରଗଡ ଲୋକସଭା କ୍ଷେତ୍ରରେ ୨୨.୧୯ ପ୍ରତିଶତ, ବରଗଡ ଲୋକସଭା କ୍ଷେତ୍ରରେ ୨୨.୯୫ପ୍ରତିଶତ, ଆସିକା ଲୋକସଭାରେ ୨୧.୫୩ ପ୍ରତିଶତ, ବଲାଙ୍ଗୀର ଲୋକସଭାରେ ୧୭.୯୦ ପ୍ରତିଶତ, କନ୍ଧମାଳ ଲୋକସଭାରେ ୨୧.୧୯ ପ୍ରତିଶତ ମତଦାନ ହୋଇଛି। ସର୍ବାଧିକ ବରଗଡ ଲୋକସଭାରେ ୨୨.୯୫ପ୍ରତିଶତ ଭୋଟ ପଡିଥିବା ବେଳେ ସର୍ବନିମ୍ନ ବଲାଙ୍ଗୀରେ ୧୭.୯୦ପ୍ରତିଶତ ହୋଇଛି।
ସେହିପରି ଆସ୍କା ବିଧାନସଭାରେ ୨୦.୯୫ ପ୍ରତିଶତ, ଅତିବିରା ୨୨ପ୍ରତିଶତ, ବାଲିଗୁଡାରେ ୧୮.୮୦ ପ୍ରତିଶତ, ବରଗଡରେ ୨୦.୬୨ପ୍ରତିଶତ, ଭଞ୍ଜନଗରରେ ୨୫ପ୍ରତିଶତ, ଭଟ୍ଟଲୀରେ ୨୩.୫୦ପ୍ରତିଶତ, ବିଜେପୁରରେ ୨୨.୫୦ପ୍ରତିଶତ, ବୀରମିତ୍ରପୁରରେ ୨୩.୬୬ପ୍ରତିଶତ, ବୀରମହାରାଜପୁରରେ ୨୦ପ୍ରତିଶତ, ବଲାଙ୍ଗୀରରେ ୧୪.୯୬ପ୍ରତିଶତ, ବଣେଇ ୩୪.୫୬ପ୍ରତିଶତ, ବୌଦ୍ଧ ୨୧.୫୯ ପ୍ରତିଶତ, ବ୍ରଜରାଜନଗର ୨୫.୫୨ପ୍ରତିଶତ, ଦଶପଲ୍ଲା, ୨୦.୯୭ପ୍ରତିଶତ, ଜି ଉଦୟଗିରି ୨୧.୮୫ପ୍ରତିଶତ, ହିଞ୍ଜିଳି ୨୨.୦୫ପ୍ରତିଶତ, ଝାରସୁଗୁଡା ୨୫.୧୩ପ୍ରତିଶତ, କବିସୂର୍ଯ୍ୟନଗର ୨୧.୮୩ପ୍ରତିଶତ, କଣ୍ଟାବାଞ୍ଜି ୧୧.୫୮ପ୍ରତିଶତ, କଣ୍ଟାମାଳ ବିଧାନସଭାରେ ୨୧.୯୦ପ୍ରତିଶତ ମତଦାନ ହୋଇଛି।
ସେହିପରି ଖଲ୍ଲିକୋଟରେ ୧୯.୬୮ପ୍ରତିଶତ, ଲୋଇସିଂହାରେ ୧୯.୮୪ପ୍ରତିଶତ, ପଦ୍ମପୁରରେ ୧୭.୫୦ ପ୍ରତିଶତ, ପାଟଣାଗଡରେ ୧୮.୩୪ପ୍ରତିଶତ, ଫୁଲବାଣୀରେ ୧୭.୨୦ପ୍ରତିଶତ, ପୋଲସରରେ ୨୧.୫୭ପ୍ରତିଶତ, ରଘୁନାଥପାଲ୍ଲୀରେ ୨୨.୬୯ପ୍ରତିଶତ, ରାଇରଙ୍ଗପୁରରେ ୧୮.୨୫ପ୍ରତିଶତ, ରାଉରକେଲାରେ ୧୮.୯୭ପ୍ରତିଶତ, ସାନଖେମୁଣ୍ଡି ୨୨.୦୫ପ୍ରତିଶତ, ସୋନପୁର ୨୦ପ୍ରତିଶତ, ସୁନ୍ଦରଗଡ ୨୦ପ୍ରତିଶତ, ସୋରଡାରେ ୨୨.୫୦ପ୍ରତିଶତ, ତଳସରାରେ ୧୭.୨୩ପ୍ରତିଶତ, ଟିଟିଲାଗଡରେ ୨୧.୨୮ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆପ୍ ଜରିଆରେ ସୂଚନା ଦେଇଛନ୍ତି।
ତେବେ ରାଜ୍ୟର ୫ଟି ସଂସଦୀୟ ଆସନ ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ଲାଗି ମତଦାନ ଚାଲିଛି । ମତଦାନ ପାଇଁ ୯ ହଜାର ୧୪୮ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ରରେ ଅଣାଅଶୀ ଲକ୍ଷ ଅଣସ୍ତରୀ ହଜାର ୮୮୭ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।
ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିରୁ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଜୁଏଲ୍ ଓରାମ୍, ସଙ୍ଗୀତା କୁମାରୀସିଂଦେଓ, ବିଜେଡିରୁ ଭାରତୀୟ ହକି ଦଳର ପୂର୍ବତନ କ୍ୟାପ୍ଟେନ୍ ଦିଲ୍ଲୀପ ତିର୍କି, ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ଏବଂ କଣ୍ଟାବାଞ୍ଝି ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜେଡିରୁ ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ପ୍ରଦୀପ କୁମାର ଅମାତ, ଟୁକୁନୀ ସାହୁ ପ୍ରମୁଖଙ୍କ ରାଜନୈତିକ ଭବିଷ୍ୟତ ଆଜି ଭୋଟରମାନେ ନିର୍ଦ୍ଧାରଣ କରିବେ ।